ଦୁଇ ଲକ୍ଷ ଚାଷୀଙ୍କୁ ସଦସ୍ୟ କରାଇବ ବିଜେପି କୃଷକ ମୋର୍ଚ୍ଚା
ବିଜେପିର ‘‘ସଂଗଠନ ପର୍ବ ସଦସ୍ୟତା ଅଭିଯାନ ୨୦୧୯’’
ଅନୁଯାୟୀ ବିଜେପିର ସଦସ୍ୟତା ଗ୍ରହଣ କାର୍ଯ୍ୟକ୍ରମ ସାରା ରାଜ୍ୟରେ ଆରମ୍ଭ ହୋଇଛି । ଏହି ମର୍ମରେ କୃଷକ ମୋର୍ଚ୍ଚା ତରଫରୁ ରାଜ୍ୟର ୨ ଲକ୍ଷ ଚାଷୀଙ୍କୁ ନୂତନ ସଦସ୍ୟତା ପ୍ରଦାନ କରାଯିବ । ରାଜ୍ୟ କାର୍ଯ୍ୟାଳୟଠାରେ କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ଶିବାଜୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
ସଦସ୍ୟତା ଅଭିଯାନ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଅଛି ।
ଏହି ବୈଠକରେ ମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଡ. ଶମ୍ଭୁ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟରେ ଚାଷୀ ଓ ଚାଷ ସହ ଯୋଡି ହୋଇଥିବା ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ସଦସ୍ୟତା କରାଇବା ପାଇଁ ଆହ୍ୱାନ ଦେଇଛନ୍ତି ।
ରାଜ୍ୟ ଉପସଭାପତି ତଥା କୃଷକ ମୋର୍ଚ୍ଚାର ପ୍ରଭାରୀ ସମୀର ମହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୃଷକ କଲ୍ୟାଣ ଯୋଜନା ସଂପର୍କରେ ସାଧାରଣ ଚାଷୀଙ୍କୁ ଅବଗତ କରାଇ ବୁଥ୍
ସ୍ତରରେ ସୋମନଙ୍କୁ ଦଳ ସହ ଯୋଡିବା ପାଇଁ ମତ ଦେଇଥିଲେ ।
ସମସ୍ତ କାର୍ଯ୍ୟକର୍ତାମାନଙ୍କୁ ଏହି ସଦସ୍ୟତା ଅଭିଯାନରେ ସାମିଲ ହୋଇ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ କାର୍ଯ୍ୟ କରିବାକୁ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପ ସଭାପତି ମହେଶ୍ୱର ସାହୁ ଆହ୍ୱାନ ଦେଇଥିଲେ । କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁରଥ ବଶି ୍ୱାଳଙ୍କ ସଚଂଳନାରେ ଏହି ବୈଠକରେ ବିଜେପି ରାଜ୍ୟ ସଦସ୍ୟତା ପ୍ରଭାରୀ ଅନନ୍ତ ନାୟକ, ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରଣୀ ସଦସ୍ୟ କୃଷ୍ଣ ଜଗଦେବ, ସୁକାନ୍ତ ପାଣିଗ୍ରାହୀ, ଶୁଭ୍ରାଂଶୁ ମୋହନ ପାଢୀ ଓ ଅଶୁଂମାନ ମହାନ୍ତି, ମୋର୍ଚ୍ଚାର ରାଜ୍ୟ
ସଦସ୍ୟତା ପ୍ରମୁଖ ଶ୍ରୀ ହୃଷିକେଶ ଜେନା, ସହ ପ୍ରମୁଖ ଶ୍ରୀ ରାଜକିଶୋର ମେଣ୍ଡଲି, ରାଜ୍ୟ ସାଧାରଣ
ସଂପାଦକ ସମୀର ପାତ୍ର ଓ ରବିନାରାୟଣ ମହାପାତ୍ର, ରାଜ୍ୟ ଉପସଭାପତି ବିବିନ୍ ଦାସ, ଶ୍ରୀରଜଂନ ମଙ୍ଗରାଜ, ପ୍ରଦୀପ ସାହ, ଦିଲ୍ଲୀପ ସ୍ୱାଇଁ, ରଜତ ମାଦଳା, ରାଜ୍ୟ ସଂପାଦକ ଅଶୋକ ମହାନ୍ତି, ଲିଙ୍ଗରାଜ ବାରିକ, ସକୁନ୍ତଳା ମହାପାତ୍ର, ବିଶ୍ୱଜିତ୍ ସ୍ୱାଇଁ ଓ ବିକ୍ରମ ରାଉତରାୟଙ୍କ ସମେତ ସମସ୍ତ ଜିଲ୍ଲା ସଭାପତି,
ଜିଲ୍ଲା ସଦସ୍ୟତା ପ୍ରମୁଖ, ରାଜ୍ୟ ପଦାଧିକାରୀ ଏବଂ ରାଜ୍ୟ ସଂଯୋଜକମାନେ ଯୋଗ ଦେଇଥିଲେ ।