ଦୁଦୁରା ଫୁଲ କିପରି ଉପକାରୀ ଜାଣନ୍ତୁ

ଦୁଦୁରା ଫୁଲ ଭଗବାନ ଶିବଙ୍କର ଅତି ପ୍ରିୟ ହୋଇଥାଏ। ଏହି ଫୁଲ ଦେଖିବାକୁ ଅତ୍ୟନ୍ତ ସୁନ୍ଦର ହୋଇଥାଏ। ଏହାସହ ଏହାର ଗଛରେ ଅନେକ ଔଷଧୀୟ ଗୁଣ ରହିଛି। ତେବେ ଦୁଦୁରାକୁ ଅଧିକ ବ୍ୟବହାର କରିବା ଠିକ୍ ନୁହେଁ । କାରଣ ଏଥିରେ ବିଷକ୍ରିୟା ମଧ୍ୟ ହୋଇପାରେ। ଯାହା ଆପଣଙ୍କ ପାଇଁ ଅତ୍ୟନ୍ତ କ୍ଷତିକାର ସାବ୍ୟସ୍ତ ହୋଇପାରେ। ଏହର ଚେର, ପତ୍ର ଓ ଫଳରେ ଔଷଧୀୟ ଗୁଣ ଭରି ରହିଛି। ତେବେ ଚାଲନ୍ତୁ ଜାଣିବା କେଉଁଥି ପାଇଁ ଦୁଦୁରାର କେଉଁ ଅଂଶ ବ୍ୟବହାର କରିବେ..

– ଗୋଡରେ ଆଘାତ ଲାଗିଥିଲେ, ଗଣ୍ଠି ଦରଜ ହେଉଥିଲେ ବା ଫୁଲିଥିକେ ଦୁଦୁରା ପତ୍ରର ପେଷ୍ଟ୍‌ କରି ଲଗାଇବା ଦ୍ୱାରା ଭଲ ହୋଇଯାଏ। ଏହାସହ କାଳ ଦୁଦୁରା ପତ୍ରକୁ ବାଟି ତାହାକୁ ତେଲରେ ଭଲଭାବେ ଗରମ କରି ମାଲିସ କଲେ ଆଣ୍ଠୁ ଦରଜ ଭଲ ହୋଇଥାଏ।

– ଅନେକ ସମୟରେ ଦେଖା ଦେଇଛି ବୟସ ପୂର୍ବରୁ ଲୋକମାନଙ୍କ ଚୁଟି ଝଡ଼ିବାକୁ ଲାଗିଥାଏ। ତେଣୁ ପ୍ରତିଦିନ ଦୁଦୁରା ରସ ମୁଣ୍ଡରେ ଲଗାଇବା ଦ୍ୱାରା ଖୁବଶୀଘ୍ର ନୂଆ ଚୁଟି ଉଠିଥାଏ। ଏହାସହ ଉଙ୍କୁଣୀ ସମସ୍ୟା ମଧ୍ୟ ଦୂର ହୋଇଥାଏ।

-୨୫୦ ଗ୍ରାମ୍ ସୋରିଷ ତେଲ, ୬୦ ମିଲିଗ୍ରାମ ଗନ୍ଧକ ଓ ୫୦୦ ଗ୍ରାମ ଦୁଦୁରା ପତ୍ରର ରସ କମ୍ ଆଞ୍ଚରେ କିଛି ସମୟ ଫୁଟାନ୍ତୁ। ତା’ପରେ ଯେଉଁ ତେଲ ରହିବ ସେଥିରୁ ଦୁଇରୁ ତିନି ବୁନ୍ଦା କାନରେ ପକାଇବା ଦ୍ୱାରା କାନ ଯନ୍ତ୍ରଣାରୁ ଉପଶମ ମିଳେ। ଏଭଳି କରିବା ଦ୍ଵାରା କାନ ପଚା ମଧ୍ୟ ଭଲ ହୋଇଥାଏ।

Spread the love