ଖଟିଆରେ ବୁହା ହୋଇ ଭୋଟ ଦେବାକୁ ଗଲେ ବାର୍ଦ୍ଧକ୍ୟ ବ୍ୟକ୍ତି

କୁତ୍ରା: ଗଣତନ୍ତ୍ରର ମହାପର୍ବରେ ସମସ୍ତେ ନିଜର ଅଧିକାର ସାବ୍ୟସ୍ତ କରୁଛନ୍ତି। ତେବେ ଏବେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯାହାକି ଭୋଟ ଦେବା ପାଇଁ କିଭଳି ଜଣେ ବୃଦ୍ଧ ବ୍ୟକ୍ତିଙ୍କର ଆଗ୍ରହ ଅଛି ତାହାକୁ ପ୍ରମାଣ କରିବ। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଡାହିଜିରା ଗିର୍ଜାପଡା ଗାଁ ରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ। ଜଣେ ବୃଦ୍ଧ ଭୋଟର ଖଟରେ ବୁହା ହୋଇ ଭୋଟ ଦେବାକୁ ଆସିଛନ୍ତି।

ଦୃଶ୍ୟ ଦେଖିଲେ ଲାଗିବ ଉପାନ୍ତ ଅଂଚଳରେ କୌଣସି ରୋଗୀଙ୍କୁ ଚିକିତ୍ସା ପାଇଁ ଖଟରେ ବୁହା ହୋଇ ନିଆଯାଉଛି। ତେବେ ପ୍ରକୃତରେ ଜଣେ ଭୋଟରଙ୍କୁ ଭୋଟ ଦେବା ପାଇଁ ମତଦାନ କେନ୍ଦ୍ରକୁ ଅଣାଯାଉଛି। ସୂଚନା ମୁତାବକ ଖଟରେ ବୁହା ହୋଇ ଆସୁଥିବା ଏହି ଭୋଟର ଜଣକ ହେଲେ କୀର୍ତଦାସ ଗୁଡିଆ। କୀର୍ତଦାସଙ୍କୁ ୮୫ ବର୍ଷ ବୟସ ହୋଇଥିବାବେଳେ ଯେତେ ବି ନିର୍ବାଚନ ହୋଇଛି ସବୁବେଳେ ଭୋଟ ଦେଇଥାନ୍ତି।ତେବେ ବାର୍ଦ୍ଧକ୍ୟ ଯୋଗୁଁ ବିଛଣାରେ ପଡିଥିଲେ ବି ସେ ଭୋଟ ଦେବେ ବୋଲି ଇଚ୍ଛା ପ୍ରକାଶ କରିଥିଲେ। ଆଉ ବାପାଙ୍କ ଏଭଳି ଉତ୍ସାହ ଦେଖି ପରିବାର ଲୋକ ତଥା ଗ୍ରାମବାସୀ ତାଙ୍କୁ ଭୋଟ ଦେବାକୁ ବୋହି ଆଣିଥିଲେ ।

Spread the love