ଓଡିଶା ପୋଲିସ କେ. ନାଇନ୍ ସ୍କ୍ବାର୍ଡରେ ସାମିଲ ହେଲା ବେଲଜିୟମ୍ ମେଲେନିୟସ ପ୍ରଜାତି କୁକୁର

ଭୁବନେଶ୍ବର ୧୮।୨: ଓଡିଶା ପୋଲିସ କେ. ନାଇନ୍ ସ୍କ୍ବାର୍ଡରେ ସାମିଲ ହେଲା ବେଲଜିୟମ ମେଲେନିୟସ ପ୍ରଜାତିର କୁକୁର । ଯାହାର ଶୁକ୍ରବାର ଏକ ସ୍ଵତନ୍ତ୍ର ପ୍ରଦର୍ଶନ ଓଡିଶା ପୋଲିସ ମୁଖ୍ୟାଳୟ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହି କୁକୁର ରାଜସ୍ଥାନର ଏସଏସବି ବାଟାଲିୟନରୁ ସ୍ଵତନ୍ତ୍ର ତାଲିମ ନେଇ ଆସିଛନ୍ତି । ଓଡିଶା ପୋଲିସ ଏହି ପ୍ରଜାତିର ୫ଟି କୁକୁର ଆଣିଥିବା ବେଳେ ଆଗକୁ ଆହୁରି ଅଣାଯିବ ବୋଲି କୁହାଯାଇଛି । ଏହି କୁକୁରର ଦାମ୍ ୭୫ରୁ ୮୦ହଜାର ଥିବାବେଳେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟକୁ ୩୫ ହଜାର ଟଙ୍କାରେ ପ୍ରଦାନ କରାଯାଉଛି ।

Spread the love