ଗୁଜବକାରୀଙ୍କୁ ନବୀନଙ୍କ କଡା ଜବାବ

ଭୁବନେଶ୍ୱର: ଯେବେ ଯେବେ ନିର୍ବାଚନ ଆସିଥାଏ ମୋର ସ୍ଵାସ୍ଥ୍ୟବସ୍ଥା ନେଇ ଏଭଳି ଗୁଜବମାନ ପ୍ରଚାରିତ ହୋଇଥାଏ | ମୋ ସ୍ବାସ୍ଥ୍ୟବସ୍ଥା ବହୁତ ଭଲ ରହିଛି। ମୁଁ ଲୋକଙ୍କ ସେବା ଜାରି ରଖିଛି। ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳ ଭଲ ପ୍ରଦର୍ଶନ କରିବ। ଯେବେ ଗୁଜବ ସୃଷ୍ଟି ହୋଇଛି ବଜେଡି ନିର୍ବାଚନରେ ସେତେ ଭଲ ପ୍ରଦର୍ଶନ କରିଛି । ଯେହେତୁ ନିର୍ବାଚନ ଆଚରଣ ବିଧ୍ ଲାଗୁ କରାଯାଇଛି ସେ ଦୃଷ୍ଟିରୁ ଏଭଳି ଗୁଜବ କିଏ କରିଛନ୍ତି କି ନାହିଁ; ତାହା ଉପରେ ମୁଁ କୌଣସି ଟିପ୍ପଣୀ ଦେବାକୁ ଚାହୁଁନାହିଁ  ବୋଲି ମୁଖ୍ୟମନ୍ତ୍ରୀ ଆଜି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି। ସୂଚନା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସାମାଜିକ ଗଣମାଧ୍ୟମରେ ଗୁଜବ ପ୍ରଚାର ସୃଷ୍ଟି ହୋଇଥିଲା । ତେବେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପହଞ୍ଚିବା ପରେ, ଗୁଜବକାରୀଙ୍କ ଗାଲରେ ବାଜିଛି ଶକ୍ତ ଚାପୁଡ଼ା । ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ନେଇ ମତଦାନ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଏଭଳି ଗୁଜବ ପ୍ରଚାର ଚାଲିଛି । ପରାଜୟ ଭୟରେ କୌଣସି ବିରୋଧୀ ରାଜନୈତିକ ଦଳ ଏଭଳି କରିଥିବା ସନ୍ଦେହ କରାଯାଉଛି ।୨୦୧୨ ମସିହାରୁ ଏଭଳି ଅସଫଳ ଷଡ଼ଯନ୍ତ୍ର କରାଯାଉଛି । ଜଣେ ପୂର୍ବତନ ସାଂସଦ ଏବଂ ଜଣେ ବର୍ତ୍ତମାନର ସାଂସଦ ଏଭଳି ଗୁଜବର ମଙ୍ଗ ଧରିଥିବା ଆଲୋଚନା ହେଉଛି । ଏଭଳି ହୀନ ରାଜନୀତିର ପରିଣାମ ସେମାନଙ୍କ ପାଇଁ ଭୟଙ୍କର ହେବ ବୋଲି ମତ । ଏହାପୂର୍ବରୁ ଜାନୁଆରୀ ମାସରେ ମଧ୍ୟ ସମାନ ଗୁଜବ ସୃଷ୍ଟି କରାଯାଇଥିଲା ।

Spread the love