୫ ଦିନିଆ ରିମାଣ୍ଡରେ ଗଲେ ରସିକ ଡାକ୍ତର

ଭୁବନେଶ୍ୱର ୧୯/୦୨: ୫ ଦିନିଆ ରିମାଣ୍ଡରେ ଗଲେ ରସିକ ଡାକ୍ତର । ରସିକିଆ ଡାକ୍ତର ରମେଶ ସ୍ୱାଇଁଙ୍କୁ ରିମାଣ୍ଡରେ ନେଲା କମିଶନରେଟ ପୋଲିସ । ରିମାଣ୍ଡ ଅବଧି ସମୟରେ ରମେଶଙ୍କର ୩୦ ବର୍ଷର ଅପରାଧିକ ଭିତ୍ତିଭୂମୀକୁ ଖୋଳିବ କମିଶନରେଟ ପୋଲିସ । ରମେଶଙ୍କ ବିରୋଧରେ ୧୮ ପତ୍ନୀ ଥିବା ଓ ଲୋକଙ୍କ ଠାରୁ ଟଙ୍କା ଠକେଇ ଅଭିଯୋଗ ହୋଇଥିଲା ।

ରମେଶ ସ୍ବାଇଁଙ୍କୁ ମଧ୍ୟପ୍ରଦେଶ, ଆନ୍ଧ୍ର, ଗୌହାଟି ଓ ଉତ୍ତର ପ୍ରଦେଶ ପୋଲିସ ଗିରଫ ପାଇଁ ମଧ୍ୟ ଖୋଜୁଥିଲେ । ରମେଶ ଦୀର୍ଘ ୨ ବର୍ଷ ଧରି ଫେରାର ଥିବା ପୋଲିସ ନିକଟରେ ସୂଚନା ଥିଲା । ସୂଚନା ଥାଉକି, ଠକ ରମେଶ ସ୍ବାଇଁ ଏମବିବିଏସ ନୁହଁ ଦଶମ ଫେଲ ବୋଲି ତଦନ୍ତ ବେଳେ ପୋଲିସ ହାତରେ ଲାଗିଥିଲା ସାଂଘାତିକ ତଥ୍ୟ । ରମେଶଙ୍କ ସମ୍ପର୍କୀୟଙ୍କୁ ପଚରାଉଚରା ପରେ ଏ କଥା ଜାଣିବାକୁ ପାଇଥିଲା ପୋଲିସ ।

କେବଳ ବିବାହ ନୁହଁ କ୍ଲିନିକ ଖୋଲି ଠକେଇ କରିଥିବା ଜଣାପଡ଼ିଛି । କଟକ ଓ ଢେଙ୍କାନାଳରେ ଲାଇଫ ସ୍ପାନ ନାମରେ ଦୁଇଟି କ୍ଲିନିକ ଖୋଲିଥିଲେ । କର୍ମଚାରୀ ଓ ଡାକ୍ତରଙ୍କୁ ଦରମା ନଦେଇ ଠକିଛନ୍ତି । ଡାକ୍ତରଙ୍କ ପୁଅକୁ ଲଷ୍ନୌର ଏକ ମେଡିକାଲ କଲେଜରେ ଆଡମିଶନ କରାଇବାକୁ କହି ୬୦ ହଜାର ଟଙ୍କା ଠକି ନେଇଛନ୍ତି ।

Spread the love