ଅଚାନକ ଆଶ୍ରୟ ଗୃହ ପରିଦର୍ଶନ କଲେ ମନ୍ତ୍ରୀ

ଅଫିସ ର ଏସି ଚାମ୍ବର ରେ ବସି ନୁହେଁ , ବରଂ ଲୋକଙ୍କ ପାଖକୁ ଯାଅ । ଲୋକଙ୍କ ସୁବିଧା ଅସୁବିଧା ବୁଝ । ମୁଖ୍ୟମନ୍ତ୍ରୀ ଙ୍କ ଏହି ନିର୍ଦ୍ଦେଶ କୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ମନ୍ତ୍ରୀ ।ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଶ୍ରମ ଓ ଇଏସଆଇ ମନ୍ତ୍ରୀ ସୁଶାନ୍ତ ସିଂହ ଭୁବନେଶ୍ବର ଖାରବେଳନଗର ସ୍ଥିତ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ଆଶ୍ରୟ ଗୃହ ପରିଦର୍ଶନରେ ଯାଇଥିଲେ ।
ଅପରାହ୍ନରେ ଅଚାନକ ମନ୍ତ୍ରୀ ଏହି ଆଶ୍ରୟ ଗୃହରେ ପହଁଚି ସେଠାରେ ରହୁଥିବା ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଆଶ୍ରୟ ଗୃହର ପରିସ୍ଥିତିର ମଧ୍ୟ ଯାଞ୍ଚ କରିଥିଲେ । ଖୁବଶୀଘ୍ର ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଓ ଅଧିକାରୀଙ୍କ ସହ ଆଲୋଚନା କରି ଅଧିକ ସୁବିଧା ସୁଯୋଗ ଯୋଗାଇ ଦିଆଯାଇପାରିବ ତାର ସମୀକ୍ଷା କରିବେ ।
ଏହି ଆଶ୍ରୟ ଗୃହରେ ଏକ ଆହାର କେନ୍ଦ୍ର ଖୋଲିବା ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି । ଏଠାରେ ରାଜଧାନୀକୁ ବିଭିନ୍ନ ଅଞ୍ଚଳକୁ ଦୈନିକ କାମ ସନ୍ଧାନରେ ଆସୁଥିବା ଲୋକଙ୍କ ପାଇଁ ପ୍ରତିଷ୍ଠା କରାଯାଇଛି । ସେମାନଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଥିଲେ ବି ଖାଦ୍ୟର ବ୍ୟବସ୍ଥା ନାହିଁ । ତେଣୁ ଆହାର କେନ୍ଦ୍ର ଖୋଲାଗଲେ ସେମାନେ ୫ ଟଙ୍କାରେ ମଧ୍ୟାହ୍ନ ଭୋଜନ ପାଇପାରିବେ ।

Spread the love