ଗରୀବ ଜନତାଙ୍କୁ ପ୍ରତାରଣା କରୁଛନ୍ତି ରାଜ୍ୟ ସରକାର : ସମୀର ମହାନ୍ତିି

କଟକ(ନିଆଳି) ,ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ଧାନ ମଣ୍ଡି ବ୍ୟବସ୍ଥା କାରଣରୁ ନିଆଳି ଅଂଚଳର ଚାଷିକୂଳ ନିଜ କଷ୍ଟ ଉପାର୍ଜିତ ଧାନକୁ ଅଳ୍ପମୁଲ୍ୟରେ ମିଲରଙ୍କୁ ବିକ୍ରି କରିବା ପାଇଁ ବାଧ୍ୟ ହେଉଛନ୍ତି । ରାଜ୍ୟରେ ମହିଳା ଓ ଶିଶୁମାନେ ଆଜି ଅସୁରକ୍ଷିତ ହୋଇପଡିଛନ୍ତି। ନିଆଳିର ଜନତା ବର୍ତମାନ ପରିବର୍ତନ ମୁହାଁ ହୋଇଛନ୍ତି। ଚଳିତ ପଂଚାୟତ ନିର୍ବାଚନରେ ସମଗ୍ର ଓଡିଶାବାସୀ ଶାସକ ବିଜେଡିକୁ ଏହାର ଉଚିତ୍ ଜବାବ୍ ଦେବେ ବୋଲି ରାଜ୍ୟ ସଭାପତି  ସମୀର ମହାନ୍ତି କହିଛନ୍ତି ।

ପଂଚାୟତ ନିର୍ବାଚନ ପ୍ରଚାର ଅବସରରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆଜି କଟକ ଜିଲ୍ଲା ନିଆଳିର ଜୋନ-୨୨ର ନୁଆଗାଁ, ନିଆଳି, ଜଲ୍ଲାରପୁର, କପାସୀ, ବାହାରଣା ପଂଚାୟତର ବିଭିନ୍ନ ଗ୍ରାମଂଚଳରେ ଦଳୀୟ ପ୍ରାର୍ଥିନୀ ମଧୁସ୍ମିତା ମଲ୍ଲିକ(ରୋଜୀ)ଙ୍କ ସପକ୍ଷରେ ଭୋଟ ପ୍ରଚାର କରିଛନ୍ତି । ଏହି ପ୍ରଚାରବେଳେ ଶ୍ରୀ ମହାନ୍ତି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାଁର ବିକାଶ ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ କରିଥିବାବେଳେ ରାଜ୍ୟ ସରକାରଙ୍କ ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର କାରଣରୁ ଓଡିଶାବାସୀ କେନ୍ଦ୍ରୀୟ ଯୋଜନାର ସୁଫଳ ପାଇବାରୁ ଲୋକେ ବଂଚିତ ହେଉଛନ୍ତି । ଗାଁରେ ଭଲ ରାସ୍ତା ନାହିଁ । କେନ୍ଦ୍ରରୁ ଆସୁଥିବା ଅର୍ଥକୁ ବିଜୁ ଜନତା ଦଳର ନେତା ଓ ମନ୍ତ୍ରୀ ଖାଇ ଅଂଚଳର ନୁହଁ ନିଜର ସ୍ଥିତିକୁ ସୁଧାରୁଛନ୍ତି । ମିଛ ବିଲ୍ କରି କେନ୍ଦ୍ରରୁ ଆସୁଥିବା କୋଟି କୋଟି ଟଙ୍କା ବିଜେଡିର ସ୍ଥାନୀୟ ନେତା ଓ କର୍ମୀମାନେ ନିଜ ଭିତରେ ବାଂଟି ନେଉଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ସମେତ ଅନେକ କେନ୍ଦ୍ରୀୟ ଯୋଜନାକୁ ପ୍ରକୃତ ହିତାଧିକାରୀଙ୍କ ପରିବର୍ତେ ଦଳୀୟଭିତିରେ ଧନୀ ବିଜେଡି କର୍ମୀଙ୍କୁ ବଂଟନ କରି ଗରୀବ ଜନତାଙ୍କୁ ପ୍ରତାରଣା କରୁଛନ୍ତି ରାଜ୍ୟ ସରକାର । ରାଜ୍ୟର ଗ୍ରାମଂଚଳର ବିକାଶ ପାଇଁ ମୋଦି ସରକାର ପଠାଉଥିବା ଟଙ୍କାକୁ ଶତ ପ୍ରତିଶତ ଖର୍ଚ୍ଚ କରି ଜୀବନ ଧାରଣମାନ ଉନ୍ନତି ଆଣିବାକୁ ହେଲେ ଦକ୍ଷ ନେତୃତ୍ୱ ଏବଂ ସୁଦୃଢ ଜିଲ୍ଲା ପରିଷଦ ନେତୃତ୍ୱର ଆବଶ୍ୟକତା ରହିଛି ।

Spread the love