ବିବାହ ବନ୍ଧନରେ ବାନ୍ଧି ହେଲେ ଫରହାନ୍ ଅଖତର, ଶିବାନୀ ଦାଣ୍ଡେକର

ମୁମ୍ବାଇ: ବଲିଉଡ଼ ଅଭିନେତା ଫରହାନ୍ ଅଖତର ଏବଂ ଅଭିନେତ୍ରୀ ଶିବାନୀ ଦାଣ୍ଡେକର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଆଉ ଦମ୍ପତିଙ୍କ ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ବିବାହ ଫଟୋରେ ଫରହାନ୍ ଅଖତର ଏବଂ ଶିବାନୀ ଦାଣ୍ଡେକର ଖୁବ ସୁନ୍ଦର ଦେଖାଯାଉଛନ୍ତି। ବିବାହର ବିଶେଷ ଉତ୍ସବରେ ଫରହାନ ଅଖତର ଏକ କଳା ସୁଟ ପିନ୍ଧିଥିବାବେଳେ ଲାଲ ରଙ୍ଗର ପୋଷାକରେ ଶିବାନୀ ବହୁତ ସୁନ୍ଦର ଦେଖାଯାଉଛନ୍ତି।ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ବିବାହରେ କେବଳ ୫୦ ଜଣ ଅତିଥି ଯୋଗ ଦେଇଥିଲେ ।

କେବଳ ପରିବାର ଏବଂ ଘନିଷ୍ଠ ବନ୍ଧୁମାନଙ୍କ ଉପସ୍ଥିତିରେ ଦୁହିଁଙ୍କ ବିବାହ ହୋଇଥିବାବେଳେ ଫରହାନଙ୍କ ଖଣ୍ଡାଲା ଫାର୍ମହାଉସରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିପରି ଏହି ବିବାହ ଉତ୍ସବରେ ବଲିଉଡ ଅଭିନେତା ହୃତିକ ରୋଶନ, ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ସଂଗୀତ ନିର୍ଦ୍ଦେଶକ ଏହସାନ, ଫିଲ୍ମ ନିର୍ଦ୍ଦେଶକ ଆଶୁତୋଷ ଗୋଆରିକର, ରାକେଶ ରୋଶନ, ପ୍ରମୁଖ ସାମିଲ ହୋଇଥିଲେ।

Spread the love