ଆଦିବାସୀଙ୍କୁ ପ୍ରତାରଣା କରିଛି ବିଜେଡି ସରକାର: ସମୀର ମହାନ୍ତିି

କନ୍ଧମାଳ / ଭୂବନେଶ୍ୱର, ତା.୨୧/୦୨ : ଆଦିବାସୀଙ୍କ କଲ୍ୟାଣ ଏବଂ ଆଦିବାସୀ ଅଧ୍ୟୁଷିତ ଅଂଚଳର ବିକାଶ ପାଇଁ ବିଜେପି ଶାସନ ଅମଳରେ ପ୍ରଥମ ଥର ପାଇଁ କେନ୍ଦ୍ରରେ ଆଦିବାସୀ କଲ୍ୟାଣ ମନ୍ତ୍ରାଳୟ ଗଠନ କରାଯାଇ ଆଦିବାସୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ବହୁ ଉନ୍ନତିମୁଳକ ଯୋଜାନାକୁ ଆରମ୍ଭ କରାଗଲା । ଦୁର୍ଭାଗ୍ୟବଶତଃ ଏ ସମସ୍ତ ଯୋଜନାରେ ଓଡିଶାକୁ ଆସିଥିବା ଏହି ଟଙ୍କାକୁ ଶାସକ ବିଜେଡିର ମନ୍ତ୍ରୀ ଓ ନେତା ହରିଲୁଟ କରି ଆଦିବାସୀଙ୍କୁ ତାଙ୍କ ନ୍ୟାର୍ଯ ହକ୍ ଏବଂ ବିକାଶରୁ ବଂଚିତ କରାଇଛନ୍ତି । ଆଦିବାସୀଙ୍କ ବିକାଶ ପାଇଁ ଶାସକ ବିଜେଡି କେବେହେଲେ ଆନ୍ତରିକତା ପ୍ରଦର୍ଶନ କରିନାହିଁ କି ଚିନ୍ତା ମଧ୍ୟ କରିନାହିଁ । କନ୍ଧମାଳ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଏବଂ ଏଠାରେ ଉପଯୁକ୍ତ ଭିତିଭୂମି ଥାଇ ମଧ୍ୟ କୈାଣସି ଆଶାନୁରୂପ ବିକାଶ ହୋଇପାରୁ ନାହିଁ ା ଜିଲ୍ଲାର ବିକାଶ ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତ୍ୟେକ କ୍ଷେତ୍ରକୁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିଲେ ମଧ୍ୟ ଦୀର୍ଘ ୨୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଶାସନ କରୁଥିବା ବିଜେଡି ତାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରୁନଥିବାରୁ ଜିଲ୍ଲାର ସର୍ବାଙ୍ଗୀନ ବିକାଶରେ ବାଧକ ସାଜିଛି । ସେହିପରି ଗ୍ରାମଂଚଳର ବିକାଶ ପାଇଁ ମୋଦି ସରକାର ପ୍ରତ୍ୟେକ ପଂଚାୟତକୁ ସିଧାସଳଖ ଟଙ୍କା ପଠାଇଲେ, କିନ୍ତୁ ବିଜେଡିର ସ୍ଥାନୀୟ ନେତାମାନେ ହରିଲୁଟ୍ କରିଦେଲେ । କେନ୍ଦ୍ର ସରକାରଙ୍କ ଅନୁମୋଦନ ସତ୍ୱେ ଲକ୍ଷ ଲକ୍ଷ ଘର ଆବଂଟନ ହୋଇନପାରି ରାଜ୍ୟ ସରକାରଙ୍କ ପାଖରେ ପଡିରହିଛି । ଗ୍ରାମାଂଚଳର ବିକାଶ ପାଇଁ ମୋଦି ସରକାର କେନ୍ଦ୍ରରୁ ପଠାଉଥିବା ବ୍ୟାପକ ଟଙ୍କାକୁ କିଛି ମୁଷ୍ଟିମେୟ ସରକାରୀ ଅଧିକାରୀଙ୍କ ସହାୟତାରେ ଶାସକ ବିଜେଡିର ମନ୍ତ୍ରୀ ଓ ନେତାମାନେ ହରିଲୁଟ କରି ବିକାଶର ବାଧକ ସାଜିଛନ୍ତି । ରାଜ୍ୟ ସରକାରଙ୍କ ରାଜନୈତିକ ଇଚ୍ଛାଶକ୍ତି ଅଭାବ କାରଣରୁ ଗ୍ରାମାଂଚଳର ବିକାଶ ହୋଇପାରୁନାହିଁ । ଏହା ଅତ୍ୟନ୍ତ ଦୁର୍ଭଗ୍ୟଜନକ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ପଂଚାୟତ ନିର୍ବାଚନ ପ୍ରଚାର ଅବସରରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆଜି କନ୍ଧମାଳ ଜିଲ୍ଲାର ୧୭ ନମ୍ବର ଜୋନ ଦଳୀୟ ପ୍ରାର୍ଥିନୀ ଝୁଲିମା ଦଳବେହେରା ଏବଂ ୧୮ ନମ୍ବର ଜୋନ ଦଳୀୟ ପ୍ରାର୍ଥୀ ସନ୍ତୋଷ ଲେଙ୍କାଙ୍କ ସପକ୍ଷରେ ଭୋଟ ପ୍ରଚାର କରିଛନ୍ତି । ଏହି ଅବସରରେ ରାଜ୍ୟ ମୁଖପାତ୍ର ବିରଂଚି ନାରାୟଣ ତ୍ରିପାଠୀ, ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନେତ୍ରମାନ ସେଠ, ଜିଲ୍ଲା ଉପସଭାପତି ରମେଶ ଚନ୍ଦ୍ର ମହାନ୍ତି, ଜିଲ୍ଲା ସାଧାରଣ ସଂପାଦକ ଦେବେନ୍ଦ୍ର କୁଦେଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ସାଧାରଣ ଭୋଟରଙ୍କ ମନରେ ରାଜ୍ୟର ଶାସକ ବିଜେଡି ଦଳକୁ ନେଇ ବିରାଟ ଅସନ୍ତୋଷ ଥିବାବେଳେ ବିଜେପି ପ୍ରତି ପୂର୍ଣ୍ଣ ସମର୍ଥନ ରହିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Spread the love