ଆଲକୋହଲ ନେବା ପରେ ଶରୀରରେ କଣ ହୋଇଥାଏ ?

ଯୁଗ ବଦଳୁଛି, ମଣିଷ ବି ବଦଳୁଛି । ଯୁଗ ସହ ତାଳଦେଇ ମଣିଷ ଏବେ ବହୁଆଗରେ । ହେଲେ କଥା ହେଉଛି ଉର୍ଦ୍ଧ୍ୱଗାମୀ ତ ହେଉଛି ହେଲେ ଅର୍ଦ୍ଧ୍ୱଗାମୀ ହେଲେ କଣ କରାଯାଇପାରିବ । ବିଶେଷକରି ଆପଣ ମାନେ ଦେଖିଥିବେ ଆଜିକାଲି ଯେମିତି ଆଲକହଲ ନେବା ଟ୍ରେଣ୍ଡ । କିନ୍ତୁ ଏହା ଶରୀର ପାଇଁ କ୍ଷତିକାରକ ଜାଣି ବି କେହି କେହି ମସ୍ତି ପାଇଁ କେହି କେହି ଷ୍ଟାଟସ ମେଣ୍ଟେନ ଉଦ୍ଦେଶ୍ୟରେ ତ କେହି କେହି ନିଜ ଅନ୍ୟାନ୍ୟ ସମସ୍ୟା ପାଇଁ ବି ପିଇଥାନ୍ତି । ଏମିତି ବି ରହିଛନ୍ତି ଯେଉଁମାନେ ସ୍ୱାଦ ନେବା ଚକରରେ ପିଇବା ଆରମ୍ଭ କରନ୍ତି ଆଉ ଛାଡିବାକୁ ଭୁଲିଯାଆନ୍ତି ।

ଅନେକ ସମୟରେ ଆପଣ ଦେଖିଥିବେ ଯେବେ ବି କେହି ମଦ୍ୟପାନ କରେ ଏବଂ ତାହା ଟିକେ ଅଧିକ ହୋଇଯାଇଥାଏ । ସେତେବେଳେ ଲୋକମାନେ ଶରୀରରୁ ନିୟନ୍ତ୍ରଣ ହରାଇଥାନ୍ତି । ପରେ ପରେ କଥା ହେବାରେ ଅସୁବିଧାର ମଧ୍ୟ ସମ୍ମୁଖୀନ ହୁଅନ୍ତି । କିନ୍ତୁ ଏମିତି କାହିଁକି ଜାଣନ୍ତି କି । କେଉଁ କାରଣରୁ ଏପରି ହୋଇଥାଏ । ତେଣୁ ଜାଣିବା ଶରୀରରେ ମଦ୍ୟପାନ କଣ କରିଥାଏ । ଏବଂ କାହିଁକି ଏଭଳି ପରିବର୍ତ୍ତନ ହୋଇଥାଏ ।

ମଦ୍ୟପାନ ପରେ ଏହା ଶରୀରକୁ ପ୍ରଭାବିତ କରିବା ଆରମ୍ଭ କରିଥାଏ । ମଦ୍ୟପାନ ଶରୀରରେ ପ୍ରଥମେ ଗ୍ୟାଷ୍ଟ୍ରିତ ଏସିଡ କରିଥାଏ । ଏବଂ ପେଟର ମ୍ୟୁକସ ଲାଇନରେ ସମସ୍ୟା ସୃଷ୍ଟି କରିଥାଏ । ଏହାପରେ ଅନ୍ତନଳୀ ଏହାକୁ ଟାଣିଥାଏ । ତେଣୁ ଏହା ଲିଭରକୁ ଆସିଥାଏ । ଲିଭର ଯେହେତୁ ପାଥଖରେ ରହିଥାଏ ତେଣୁ ଏମିତି ବି ହୋଇପାରେ କି ସିଧା ଏହା ଲିଭରରେ ପହଞ୍ଚିଥାଏ ।

ଏକ ରିପୋର୍ଟ ଅନୁଯାୟୀ ଲିଭର ଆଲକହଲକୁ ନଷ୍ଟ କରି ଶରୀରରେ ହେଉଥିବା ପ୍ରଭାବକୁ କମ କରିଦେଇଥାଏ । କିନ୍ତୁ ଯେଉଁ ଉପାଦାନ ଗୁଡିକୁ ଏହା ନଷ୍ଟ କରିପାରିନଥାଏ ବା ଭାଙ୍ଗି ପାରିନଥାଏ ସେସବୁ ଗୁଡିକ କିଛି ମିନିଟ ମଧ୍ୟରେ ସିଧା ବ୍ରେନରେ ପହଞ୍ଚିଯାଇଥାଏ ଯାହାଫଳରେ ପ୍ୟାକର ପ୍ରଭାବ ମସ୍ତିଷ୍କରେ ହେବା ଆରମ୍ଭ କରିଥାଏ । ଆଲକୋହଲ ଶରୀରରେ ସ୍ନାୟୁ ତନ୍ତ୍ରକୁ ପ୍ଭାବିତ କରିଥାଏ ।

ଏହାପରେ ସ୍ନାୟୁ ତନ୍ତ୍ରର କନେକସନ ବା ସଂଯୋଗକୁ ଭାଙ୍ଗିବା ପରେ କୋଷଗୁଡିକ ଅତ୍ୟନ୍ତ ଅଳସୁଆ ଭାବରେ କାମ କରନ୍ତି । ତାପରେ ମସ୍ତିଷ୍କ ପରିସ୍ଥିତିର ମୁକାବିଲା କରିପାରିନଥାଏ । ଆଲକହଲ ମସ୍ତିଷ୍କର ସେଣ୍ଟର ପାର୍ଟକୁ ଆଟାକ କରିଥାଏ । ଯାହାପରେ ବ୍ୟକ୍ତି ନିଜ ଉପରେ ଥିବା ନିୟନ୍ତ୍ରଣ ହରାଇଥାଏ ।

ମଦ୍ୟପାନ କରିବା ଦ୍ୱାରା ଯକୃତ ବହୁତ ହି ପ୍ରଭାବିତ ହୋଇଥାଏ । ତେଣୁ ଲିଭର ତାର କାମ ଠିକରେ କରିପାରେନାହିଁ । ମୂଳକଥା ହେଉଛି ଲିଭରରେ ପେନ ହୋଇନଥାଏ ତେଣୁ ପିଇବା ଲୋକକୁ ଜଣା ପଡିନଥାଏ କି କଣ ସମସ୍ୟା ଉପଜୁଛି । ଯେବେ ସେମାନେ ପରୀକ୍ଷା କରାଇବାକୁ ଡାକ୍ତରଙ୍କ ପାଖକୁ ଯାଆନ୍ତି ସେବେ ଏହା ଜମାପଡିଥାଏ କି ଲିଭର କେତେ ପ୍ରଭାବିତ ହୋଇଛି । ତେଣୁ କହିରଖୁଛୁ ଯେଉଁମାନେ ବି ଅତ୍ୟଧିକ ମଦ୍ୟପାନ କରୁଛନ୍ତି ଏପରି ପରୀକ୍ଷା କରାଇନିଅନ୍ତୁ ।

Spread the love