କେଉଁ ବ୍ଲଡ଼ ଗ୍ରୁପ୍ ର ବ୍ୟକ୍ତି କଣ ଖାଦ୍ୟ ଖାଇବା ଉଚିତ୍

ଆମ ଭିତରେ ଖୁବ୍ କମ୍ ଲୋକ ଥିବେ ଯେଉଁମାନେ ନିରାମିଷ ଭୋଜନ କରୁଥିବେ । ପ୍ରାୟ ଅଧିକାଂଶ ଲୋକ ଆମିଷ ଭୋଜନ କରିବାକୁ ପସନ୍ଦ କରିଥାଆନ୍ତି । କିନ୍ତୁ ଅଧିକ ଆମିଷ ଭୋଜନ କରିବା ମଧ୍ୟ ଶରୀର ପକ୍ଷରେ କ୍ଷତି କାରକ ଅଟେ । ଗବେଷଣାରୁ ଜଣା ପଡ଼ିଛି ଯେ କେଉଁ ବ୍ଲଡ଼ ଗ୍ରୁପ୍ର ବ୍ୟକ୍ତିମାନେ ଅଧିକ ଆମିଷ ଭୋଜନ କରିବା ଉଚିତ୍ ନୁହେଁ ।ଏହାସହ ଯଦି ବ୍ଲଡ଼ ଗ୍ରୁପ୍ ହିସାବରେ ଉପଯୁକ୍ତ ଖାଦ୍ୟ ଖାଇବା ତେବେ ଆମ ଶରୀର ସୁସ୍ଥ ରହିବ। ବ୍ଲଡ଼ ଗ୍ରୁପ୍ ୪ପ୍ରକାରର ରହିଥାଏ । O, A, B,AB ।

ଆସନ୍ତୁ ଆଜି ଜାଣିବା କେଉଁ ବ୍ଲଡ଼ ଗ୍ରୁପ୍ ର ବ୍ୟକ୍ତି କେଉଁ ଖାଦ୍ୟ ଖାଇବା ଉଚିତ୍ ।

  1.  ‘ O ‘ ବ୍ଲଡ଼ ଗ୍ରୁପ୍ ର ବ୍ୟକ୍ତିଙ୍କୁ ପ୍ରୋଟିନ ଯୁକ୍ତ ଖାଦ୍ୟ ଅଧିକ ଖାଇବା ଆବଶ୍ୟକ । ଯେପରିକି ପ୍ରୋଟିନ ଯୁକ୍ତ ବିଭିନ୍ନ ଶସ୍ୟ ସହିତ ମାଛ, ମାଂସ ଓ ଡାଲି ଜାତୀୟ ଖାଦ୍ୟ ।
  2. ‘ A ‘ ବ୍ଲଡ଼ ଗ୍ରୁପ୍ ର ବ୍ୟକ୍ତି ସବୁଜ ପନିପରିବା ଅଧିକ ଖାଇବା ଆବଶ୍ୟକ । ଯେପରିକି ଶାଗ ଜାତୀୟ ଖାଦ୍ୟ ନିୟମିତ ଖାଇଲେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ ଓ ଶରୀର ସୁସ୍ଥ ରହିଥାଏ । ଏ ବ୍ଲଡ଼ ଗ୍ରୁପ୍ ର ବ୍ୟକ୍ତି ଙ୍କ ଇମ୍ୟୁନ୍ ସିଷ୍ଟମ ଅଧିକ ସମ୍ବେଦନଶୀଳ ହୋଇଥାଏ ତେଣୁ ଏମାନେ ଅଧିକ ଆମିଷ ଖାଇବା ଉଚିତ୍ ନୁହେଁ ।
  3.  ‘ B ‘ ବ୍ଲଡ଼ ଗ୍ରୁପ୍ ର ବ୍ୟକ୍ତିମାନେ ଚିକେନ, ମଟନ୍ , ମାଛ, ଫଳ ମୂଳ ଓ ପନି ପରିବା ସବୁ କିଛି ଖାଇବା ଉଚିତ୍ । ଏହି ବ୍ଲଡ଼ ଗ୍ରୁପ୍ ର ବ୍ୟକ୍ତିଙ୍କ ପାଚନ ତନ୍ତ୍ର ଖୁବ୍ ମଜବୁତ୍ ହୋଇଥିବା କାରଣରୁ ସେମାନଙ୍କ ଶରୀରରେ ଚର୍ବି ବୃଦ୍ଧି ଅଧିକ ହୋଇ ନଥାଏ ।
  4.  ‘ AB ‘ ବ୍ଲଡ଼ ଗ୍ରୁପ୍ ର ବ୍ୟକ୍ତିମାନେ ନିଜ ସ୍ବାସ୍ଥ୍ୟ କୁ ନେଇ ସଚେତନ ରହିବା ଉଚିତ୍ । ଏମାନେ ଯେବେବି ଖାଦ୍ୟ ଖାଉଛନ୍ତି ସେତେବେଳେ ଟିକେ ସତର୍କ ରହିବା ଉଚିତ୍ । ଏମାନେ ଶସ୍ୟ ଯୁକ୍ତ ଖାଦ୍ୟ ଖାଇବା ନିହାତି ଆବଶ୍ୟକ ।
Spread the love