ଆସନ୍ତାକାଲି ହେବ ଭୋଟ ଗଣତି

ରାତିପାହିଲେ ଆରମ୍ଭ ହେବ ଭୋଟ ଗଣତି ଏଥିପାଇଁ ବଲାଙ୍ଗୀର ଜିଲ୍ଲାରେ ଶେଷ ହୋଇଛି ପ୍ରସ୍ତୁତି। କଡ଼ା ସୁରକ୍ଷା ବ୍ୟବସ୍ଥା ସହ ପୋଲିସ ଓ ସିସିଟିଭି ଜରିଆରେ ନଜର ରଖିବ ପୋଲିସ। ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଜିଲ୍ଲାର ୧୪ଟି ବ୍ଲକର ୩୪ଟି ଜିଲ୍ଲାପରିଷଦ ଜୋନ ପାଇଁ ଭୋଟ ଗଣତି ହେବ । ସେହିପରି ୩୧୭ ସରପଞ୍ଚ ପଦ ଓ ୩ ହଜାର ୭୯୮ଟି ଓ୍ବାର୍ଡ ପାଇଁ ହେବ ଭୋଟ ଗଣତି। ୫ଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନରେ ଷ୍ଟ୍ରଙ୍ଗରୁମରେ ବର୍ତ୍ତମାନ ନେତାଙ୍କ ଭାଗ୍ୟ ସିଲ ହୋଇରହିଛି। ଆସନ୍ତା କାଲି ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ହେବ ଭୋଟ ଗଣତି ପ୍ରକ୍ରିୟା। ସକାଳ ୮ ଟାରୁ ଆରମ୍ଭ ହେବ ଗଣତି ପ୍ରକ୍ରିଆ। ସମସ୍ତ ଗଣତି କେନ୍ଦ୍ରରେ ପୋଲିସ ସ୍ବତନ୍ତ୍ର ବ୍ୟବସ୍ଥା କରିଛି।

Spread the love