ଭୋଟଦାନ କେନ୍ଦ୍ରରେ ମହିଳାଙ୍କ ମୃତ୍ୟୁ

ସଇଁନ୍ତଲା/ବେଲଗାଁ: ସଇଁନ୍ତଲା ବ୍ଲକ ଅନ୍ତର୍ଗତ କେରମେଲି ପଞ୍ଚାୟତ ଲାଚୁଟ ବନାରସ ବୁଥରେ ଗୁରୁବାର ଭୋଟଦାନ କରିବାକୁ ଯାଇଥିବା ବେଳେ ଜଣେ ମହିଳାଙ୍କ ପରଲୋକ ହୋଇଛି। ମହିଳା ଜଣକ ଗୁଲାପି ମହାକୁର ବୋଲି ଜଣାପଡିଛି। ସେ ଭୋଟଦାନ କେନ୍ଦ୍ର ବାହାରେ ଥିବା ବେଳେ ଅଚାନକ ତଳେ ପଡିଯାଇଥିଲେ। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଥାନା ଅଧିକାରୀ ଅବନି ସାହୁ ସୂଚନା ଦେଇଛନ୍ତି।

Spread the love