ପେଟୁଆ ମତ୍ସ୍ୟ ବନ୍ଦରରୁ ଧରାପଡ଼ିଲା ବିରଳ ପ୍ରଜାତିର ସାର୍କ ମାଛ

ଭୋଗରାଇ ୨୫/୦୨ : ଆଜି ପଶ୍ଚିମବଙ୍ଗ କାଁଥି ଦେଶପ୍ରାନ୍ ବ୍ଲକର ପେଟୁଆ ମତ୍ସ୍ୟ ବନ୍ଦରରୁ ଏକ ସାର୍କ ମାଛ ଧରା ପଡିଛି। ସମୁଦ୍ର ମଝିରେ ପ୍ରାୟ ୧୭୫ କିଲୋମିଟର ଦୁରରେ ଏକ ବିରଳ ପ୍ରଜାତିର ସାର୍କ ମାଛ ଟ୍ରଲରରେ ଧରାଯାଇଥିଲା । ଏହି ମାଛ ଧରା ପଡ଼ିବା ପରେ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଆନନ୍ଦ ଦେଖା ଦେଇଛି। ଏହି ମାଛର ଲମ୍ବ ୧୧ ଫୁଟ, ଚଉଡା ୯ ଫୁଟ ହୋଇଥିବା ବେଳେ ଓଜନ ପ୍ରାୟ ୮ କ୍ୱିଣ୍ଟାଲ ବୋଲି ଜଣା ପଡ଼ିଛି । ଏହି ମାଛକୁ ଦୀଘା ମୋହାନାରେ ନିଲାମରେ ବିକ୍ରି କରାଯିବ। ଏହି ମାଛର ଆନୁମାନିକ 50 ଲକ୍ଷ ଟଙ୍କାରୁ ଅଧିକ ବିକ୍ରି ହେବ ବୋଲି ଆଶା କରା ଯାଉଛି।

Spread the love