Mission One Million Fruit tree Planation କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁରୀ ଜିଲ୍ଲା ପିପିଲି ବ୍ଲକ ଦୁର୍ଗାଦାଶପୁର ଗ୍ରାମ ଞ୍ଚାୟତଠାରେ ରବିବାର ଇଣ୍ଡିଆ ଓ ସ୍ପର୍ଶ ଫାଉଣ୍ଡେସନ, ଜେକେ ପେପର ମିଲ୍ଲସ ଲଃ ପକ୍ଷରୁ  Mission One Million Fruit tree Planation  କାର୍ଯ୍ୟକ୍ରମ ଉଦ୍ଘାଟନ ହୋଇଯାଇଛି । ଏହି  ଉତ୍ସବକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଉଦ୍ଘାଟନ କରିଥିଲେ ।  ତାଙ୍କ ସହ ପିପିଲି ବିଧାୟକ ପ୍ରଦୀପ ମହାରଥୀ, ଏସ୍ଏନ୍ ମହାନ୍ତି ଗୋଷ୍ଠୀ, ଏବଂ ସିଆଇଆଇ ଓଡିଶାର ଅଧ୍ୟକ୍ଷ ପ୍ରଦୀପ ମହାନ୍ତି, ଭାରତର ଜଳବାୟୁ ବାସ୍ତବର ପ୍ରବନ୍ଧକ ଆଦିତ୍ୟ ପୁନ୍ଦିର, ରାଜମୋହନ, ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ପରିଚାଳନା ପ୍ରଧାନାଚାର୍ଯ୍ୟ  ପିଏସ ସୁଭାରାତ, ଜେକେ ପେପର ଓ ସ୍ପର୍ଶ ଓଡିଶାର ଜେନେରାଲ ମ୍ୟାନେଜର ପ୍ରଫୁଲ୍ଲ କୁମାର ଧଳ ପ୍ରମୁଖ ଉପସ୍ଥିତ ଥିଲେ ।  ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ବାୟୁମଣ୍ଡଳରେ ଅମ୍ଳଜାନର ମାତ୍ରା ବଢୁଥିବାରୁ ଜଳବାୟୁର ପରିବର୍ତ୍ତନ ସହ ଋତୁରେ ଅନିୟମିତତା ଦେଖାଯାଉଛି । ତେଣୁ ଆମକୁ ବୃକ୍ଷରୋପଣ କରିବାର ଆବଶ୍ୟକତା ଅଛି  । ସେହିପରି ପିପିଲି ବିଧାୟକ ପ୍ରଦୀପ ମହାରଥୀ ଫଳବୃକ୍ଷରୋପଣ କାର୍ଯ୍ୟକ୍ରମ ଏକ ଏ÷÷ତିହାସିକ ପଦକ୍ଷେପ । ଜନ୍ମରୁ ମୃତ୍ୟୁପର୍ଯ୍ୟନ୍ତ ଗଛହିଁ  ମଣିଷଙ୍କ କାମରେ ଆସିଥାଏ । ବାଟୋଇଟିଏ ଖରାରୁ ରକ୍ଷାପାଇବା ପାଇଁ ବୃକ୍ଷଟିଏ ଲୋଡିଥାଏ  ।  ଅନ୍ୟପକ୍ଷରେ ଆଗରୁ ସମସ୍ତେ ଅନାବନା ଗଛରୋପଣ ପାଇଁ କହୁଥିବା ବେଳେ ଏକ ମିଲିୟନ ଫଳବୃକ୍ଷ ରୋପଣର ଯେଉଁଚିନ୍ତା ଧାରା ଶ୍ରୀଧଳ ଚିନ୍ତାକରିଛନ୍ତି ସେଥିପାଇଁ ତାଙ୍କୁ ଅନେକ ଧନ୍ୟବାଦ  ।   ପ୍ରଫେସର ପିଏସ. ସୁବା ରାଓ ଏହି ଫଳବୃକ୍ଷ  ଯୋଗାଉଥିବାରୁ ତାଙ୍କୁ ସମସ୍ତେ ସାଧୁବାଦ ଜଣାଇଥିଲେ ।  ଫଳବୃକ୍ଷରୋପଣ ମାଧ୍ୟମରେ କେବଳ ପରିବେଷ ସନ୍ତୁଳନ ନୁହେଁ ବରଂ ଓଡିଶାର ଆର୍ଥିକ ଉନ୍ନତିରେ ମଧ୍ୟ ସହାୟକ ହେବ ବୋଲି ଉକ୍ତ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା l  ସାମ୍ପ୍ରତିକ ପରିସ୍ଥିତିରେ ପୃଥୀବିର ପରିବର୍ତ୍ତିତ ଜଳବାୟକୁ ଲକ୍ଷକରି ଏହି ଏହି କାର୍ଯ୍ୟକ୍ରମ କରାଯାଉଛି  । ବିଶେଷକରି  ଗତ  ଫନି ବାତ୍ୟାରେ କ୍ଷତିଗ୍ରସ୍ଥ ହୋଇଥିବା ପୁରୀ ଜିଲ୍ଲାର ପିଲିଲି ଅଞ୍ଚଳରେ ଏହି ବୃକ୍ଷରୋପଣ କରାଯିବ  । ୨୦୩୦ ସୁଦ୍ଧା ଓଡିଶାରେ ଏକ କୋଟି ଫଳଗଛ ରୋପଣ କରାଯିବାର ଲକ୍ଷ ରଖାଯାଇଛି  । ଆଗାମୀ ଦୁଇବର୍ଷ ମଧ୍ୟରେ ଆମେରିକାର ମିଳିତ ସହେଯାଗରେ ଅନେକ ବୃକ୍ଷରୋପଣ କରିବାର ଲକ୍ଷରଖାଯାଇଛି । ବୃକ୍ଷରୋପଣ ମାଧ୍ୟମରେ ୭୦୦୦ ଫଳବଗିଚା ଦ୍ୱାରା ଏକଲକ୍ଷ ପରିବାର ଉପକୃତ ହେବା ସଙ୍ଗେସଙ୍ଗେ  ୫ରୁ ୧୦ଟି ବୃକ୍ଷ ମାଧ୍ୟମରେ ୭୫୦୦ ମ୍ୟାଟ୍ରିକ୍ ଟନ୍ ଫଳ ଅମଳ କରିହେବ । ୪-୫ ବର୍ଷ ମଧ୍ୟରେ ଉଦ୍ୟାନ ଭିତ୍ତିକ କାର୍ଯ୍ୟକ୍ରମ ଓ ଅନେକ ନିଯୁକ୍ତି ସୃଷ୍ଟି କରିହେବ  । ଉଦ୍ୟେଗପତି, ଏନଜିଓ, ସିବିଡି ଏବଂ ସ୍ଥାନୀୟ ଏନଜିଓର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ କରାଯିବ ବୋଲି କହିଛନ୍ତି ପ୍ରଫୁଲ୍ଲ କୁମାର ଧଳ  ।

ଏହି କୃଷି ପ୍ରକ୍ରିୟାକରଣ ଓ ବଜାର ସଂଯୋଗ ମୂଲ୍ୟ ଶୃଙ୍ଖଳ ଓ ନିଯୁକ୍ତି ପାଇଁ ଖୋରାକ ଯୋଗାଇବ । ଏହା ସଂ ବହୁମୁଖୀ କମ୍ପାନୀ, ଶିଳ୍ପାନୁଷ୍ଠାନ, ବେସରକାରୀ ସମାଜସେବୀ ସଂଗଠନ, ଗୋଷ୍ଠୀ ସଂଗଠନ, ମହାସଂଘ, କୃଷକ ଉତ୍ପାଦକ ସଂଘ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ମହାସଂଘଙ୍କ ମିଳିତ ପ୍ରଚେଷ୍ଟାରେ ଏହା କାର୍ଯ୍ୟକାରୀ ହୋଇଥିବାରୁ  ସିଏସଆର ହେଜ, ଜେନେରାଲ ମ୍ୟାନେଜର ଓ ଜେକେ ପେପର ମିଲସ ପ୍ରଫେସର ପ୍ରଫୁଲ୍ଲ କୁମାର ଧଳ ଧନ୍ୟବାଦ ଜଣାଇଥିଲେ । 

Spread the love