ଅନୁପ୍ରବେଶକାରୀଙ୍କ ଶବକୁ ନେବାକୁ ନାରାଜ ପାକିସ୍ତାନ

ପାକିସ୍ତାନ ପୁଣି ଥରେ ନିଜ ସୈନ୍ୟଙ୍କୁ ସ୍ୱିକାର ନ କରି ମିଥ୍ୟାର ସାହାର ନେଇଛି । ଭାରତୀୟ ସେନା ଦ୍ୱାରା କେରନ ସେକ୍ଟରେ ହୋଇଥିବା ଅନୁପ୍ରବେଶକାରୀଙ୍କ ନିହତ ଘଟଣାକୁ ପାକିସ୍ତାନ ସେନା ପ୍ରବକ୍ତା ଆସିଫ ଗଫୁର ସ୍ୱିକାର କରିନାହାଁନ୍ତି । ଭାରତୀୟ ସେନା ଜାମ୍ମୁକାଶ୍ମୀରର କେରନ ସେକ୍ଟରର ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନର ବର୍ଡ଼ର ଆକ୍ସନ ଟିମର ଅନୁପ୍ରବେଶକାରୀଙ୍କ ଆକ୍ରମଣ ଯୋଜନା ପଣ୍ଡ କରିଥିଲେ । ଏହି ସମୟରେ ପ୍ରାୟ ୭ଜଣ ଅନୁପ୍ରବେଶକାରୀ ନିହତ ହୋଇଛନ୍ତି । ନିହତ ହୋଇଥିବା ପାକିସ୍ତାନର ୭ଜଣ ଅନୁପ୍ରବେଶକାରୀଙ୍କ ମଧ୍ୟରୁ ୪ଜଣଙ୍କ ମୃତଦେହ ଭାରତ ସୀମାରେ ରହିଛି । ତେଣୁ ଭାରତୀୟ ସେନା ପାକିସ୍ତାନ ସେନାକୁ ଅନୁପ୍ରବେଶକାରୀଙ୍କ ଶବ ଉଠାଇ ନେବାକୁ କୁହାଯାଇଥିଲା ।  ବର୍ତ୍ତମାନ ସୁଦ୍ଧା ଏନେଇ ପାକିସ୍ତାନ ପକ୍ଷରୁ କୈାଣସି ଜବାବ ଆସିନାହିଁ । କିନ୍ତୁ ଭାରତୀୟ ସେନା ଯେଉଁ ପାକିସ୍ତାନି ଅନୁପ୍ରବେଶକାରୀଙ୍କୁ ମାରିଥିବା କହିଛନ୍ତି ତାକୁ ପାକିସ୍ତାନ ସେନା ପ୍ରବକ୍ତା ଆସିଫ ଗଫୁର ସ୍ୱିକାର କରିନାହାଁନ୍ତି ।  ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ବାୟୁସେନାର ବାଲାକୋଟ ଏୟାରଷ୍ଟାଇକ ସମୟରେ ମଧ୍ୟ ପାକିସ୍ତାନ ଆତଙ୍କବାଦୀଙ୍କ ଆଡ୍ଡା ଧ୍ୱଂସ ଖବରକୁ ସ୍ୱିକାର କରିନଥିଲା । 

Spread the love