ରୁଚି ମସଲା ଖୋଲିଦେଲା ଭାଗ୍ୟ: ଜଣେ ସାଧାରଣ ଗ୍ରାହକ ପାଇଲେ ୧୨ ଲକ୍ଷ ଟଙ୍କାର ଟାଟା ନେକ୍ସନ କାର୍

ଭୁବନେଶ୍ୱର: ରୁଚି ଦେଲା ଫେଷ୍ଟିଭାଲ ଅଫରରେ ଆକର୍ଷଣୀୟ ପୁରସ୍କାର। ଜଣେ  ସାଧାରଣ ଗ୍ରାହକଙ୍କୁ ଦେଲା ୧୨ ଲକ୍ଷ ଟଙ୍କାର ଏକ ସୌଖୀନ୍ କାର୍ । ଏହା ସହିତ ୩ ଜଣ ଗ୍ରାହକଙ୍କୁ ଦେଇଛି ସ୍କୁଟି ଓ ଅନେକ ଗ୍ରାହକଙ୍କୁ ଉପହାର କରାଯାଇଛି ବିଭିନ୍ନ ଗ୍‌ହ ଉପକରଣ ସାମଗ୍ରୀ। ଗତବର୍ଷ ଜୁଲାଇ-ନଭେମ୍ବର ମଧ୍ୟରେ ରୁଚି କରି ପାଉଡର ଚିକେନ ମସଲା, ମିଟ୍ ମସଲା ଓ ଗରମ ସମଲାର ୫୦ ଓ ୧୦୦ ଗ୍ରାମ ପ୍ୟାକକୁ ନେଇ ଫେଷ୍ଟିଭାଲ ବୋନାଞ୍ଜା ଅଫର୍ ଜରିଆରେ ଗ୍ରାହକମାନଙ୍କଚୁ ପ୍ରତିଦିନ ସ୍ବର୍ଣ୍ଣ ଓ ରୌପ୍ୟମୁଦ୍ରା ପ୍ରଦାନ କରିଥିଲା। ଲକିଡ୍ର ଜରିଆରେ ଏହାର ଉଠାଣ କରାଯାଇ ବମ୍ପର ପୁରସ୍କାର ଭାବେ ପାରାଦ୍ବୀପର ଜଣେ ସାଧାରଣ ଗ୍ରାହକ ରଞ୍ଜନ ପଟ୍ଟନାୟକ ପ୍ରଥମ ପୁରସ୍କାର ଭାବେ ପାଇଛନ୍ତି ଟାଟା ନେକ୍ସନ କାର୍।ଭୁବନେଶ୍ବରର ଏକ ତିନି ତାରକା ହୋଟେଲରେ ଆଜି ଆୟାଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ରୁଚି ଏହି କାରଟି ଉପହାର ସ୍ବରୂପ ଗ୍ରାହକ ଜଣଙ୍କୁ ଦେଇଥିଲା। ଏହା ସହ ଅନେକ ଗ୍ରାହକଙ୍କୁ ଘରକରଣା ସାମଗ୍ରୀ ଓ ଅନେକ ଗ୍ରାହକଙ୍କୁ ସାନ୍ତ୍ବନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ନାମୀଦାମୀ ତାରକା ଉପସ୍ଥିତ ହୋଇ ଲକିଡ୍ରରେ ବିଜେତା ହୋଇଥିବା ଗ୍ରାହକମାନଙ୍କୁ ପୁରସ୍କାର ବିତରଣ କରିଥିଲେ ।

Spread the love