ଆଜି ଇଣ୍ଡିଆ-ଇଣ୍ଡିଜ ଦ୍ୱିତୀୟ ଟି-୨୦

ଭାରତ- ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ଫ୍ଲୋରିଡାରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ଉଭୟ ଦଳ ବିଜୟ ହାସଲ କରିବା ପାଇଁ ଚେଷ୍ଟା କରିବେ । ଗତକାଲି ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚକୁ ଭାରତ ୪ ୱିକେଟରେ ଜିତିଥିବା ବେଳେ ଆଜିର ମ୍ୟାଚକୁ ଜିତି ସିରିଜ କବ୍ଜା କରିବାକୁ ଚାହିଁବ ବିରାଟ ବାହିନୀ । ଅନ୍ୟ ପଟେ ପ୍ରଥମ ମ୍ୟାଚରେ ଖରାପ ବ୍ୟାଟି କାରଣରୁ ପରାଜୟ ହାସଲ କରିଥିବା ୱେଷ୍ଟଇଣ୍ଡିଜ ଆଜିର ମ୍ୟାଚକୁ ଜିତି ସିରିଜରେ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଭାରତକୁ ଜୋରଦାର ଟକ୍କର ଦେବ । ଗତକାଲି ୱେଷ୍ଟଇଣ୍ଡିଜ ଦଳ ପ୍ରଥମେ ବ୍ୟାଟି କରି ଭାରତୀୟ ଯୁବ ବୋଲରଙ୍କ ଘାତକ ବୋଲିଂ ସାମ୍ନାରେ ୨୦ ଓଭରରେ ମାତ୍ର ୯୫ ରନ କରିବାକୁ ସମର୍ଥ ହୋଇଥିଲା । ଏହି ବିଜୟ ଲକ୍ଷ୍ୟକୁ ୧୭.୨ ଓଭରରେ ୬ ୱିକେଟ ହରାଇ ହାସଲ କରିନେଇଥିଲା ଭାରତୀୟ ଦଳ । ଏହି ବିଜୟ ସହିତ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ଆଗୁଆ ରହିଛି ଭାରତ । ଆଜିର ମ୍ୟାଚ ମଧ୍ୟ ସେହି ଫ୍ଲୋରିଡାରେ ହେବାକୁ ଥିବା ବେଳେ ଦୁଇ ଦଳ ନିଜର ବ୍ୟାଟିଂ ଦୁର୍ବଳତାକୁ ଏହି ମ୍ୟାଚରେ ଦୂର କରିବା ପାଇଁ ଚାହିଁବେ । ଏହି ଷ୍ଟାଡିୟମର ହାରାହାରି ପ୍ରଥମ ଇନିଂସ ଦଳଗତ ସ୍କୋର ୧୫୮ ହୋଇଥିବା ବେଳେ ଦ୍ୱିତୀୟ ଇନିଂସରେ ଏହା ୧୨୨ ରହିଛି । 

ସାମ୍ଭାବ୍ୟ ଦଳ:  ଭାରତୀୟ ଦଳ: ଶିଖର ଧାୱନ, ରୋହିତ ଶର୍ମା, ବିରାଟ କୋହଲି(ଅଧିନାୟକ), ମନିଷ ପାଣ୍ଡେ, ରିଷଭ ପନ୍ତ,(ୱିକେଟ ରକ୍ଷକ), କୃନାଲ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ୱାସିଙ୍ଗଟନ୍ ସୁନ୍ଦର, ନଭଦୀପ ସାଇନି, ଖଲିଲ୍ ଅହମଦୱେଷ୍ଟଇଣ୍ଡିଜ ଦଳ: ଜନ୍ କାମ୍ପବେଲ, ଇଭିନ୍ ଲୁଇସ୍, ନିକୋଲାସ୍ ପୁରନ(ୱିକେଟ ରକ୍ଷକ), ସିମରନ ହେଟମାୟର, କିରନ୍ ପୋଲାର୍ଡ, ରୋମାନ୍ ପାୱେଲ, କାର୍ଲୋସ ବ୍ରେଥୱେଟ(ଅଧିନାୟକ), ସୁନୀଲ ନାରିନ୍,କିମୋ ପଲ୍, ଶେଲଡନ୍ କଟ୍ରେଲ, ଓଶେନ୍ ଥୋମାସ

Spread the love