ଆଜି ବିଶ୍ବ ବନ୍ଧୁତ୍ବ ଦିବସ

ଆଜି ଫ୍ରେଣ୍ଡସିପ୍ ଡେ ବା ବନ୍ଧୁତା ଦିବସ । ଦେଶର ବିଭିନ୍ନ ସ୍ଥାନରେ ଆଜି ଫ୍ରେଣ୍ଡସିପ୍ ଡେ ବା ବନ୍ଧୁତା ଦିବସଟି ବହୁ ଆଡମ୍ବରେ ପାଳନ କରାଯାଉଛି । ବିଶେଷ କରି ଏହି ଦିନଟି ଯୁବପୀଢିଙ୍କ ପାଇଁ ବହୁତ ଖାସ୍ ଦିନ । ହାତରେ ହାତ ମିଶାଇ, ପରସ୍ପରକୁ ଆଲିଙ୍ଗନ କରି, ଫ୍ରେଣ୍ଡସିପ୍ ବ୍ୟାଣ୍ଡ ବାନ୍ଧି ବନ୍ଧୁଙ୍କ ସହ ମନାଇଥାନ୍ତି ଫ୍ରେଣ୍ଡସିପ୍ ଡେ । ଏଥିପାଇଁ ବଜାରରେ ବିଭିନ୍ନ ରଙ୍ଗ ବେରଙ୍ଗର ଫ୍ରେଣ୍ଡସିପ୍ ବ୍ୟାଣ୍ଡ ମଧ୍ୟ ବିକ୍ରୀ କରାଯାଇଥାଏ । ଭାରତରେ ତ ବହୁ ପୁରାତନ କାଳରୁ ହିଁ ବନ୍ଧୁତାର ଅନେକ ମିଶାଲ୍ ଦେଖିବାକୁ ମିଳେ । ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ର ବନ୍ଧୁତା ପାଇଁ ଶତ୍ରୁ ପକ୍ଷ ତଥା ରାବଣର ଭାଇ ସୁଗ୍ରୀବଙ୍କର ସହାୟତା କରିଥିଲେ । ସେହିପରି ଭଗବାନ ଶ୍ରୀକୃଷ୍ଣ ଓ ସୁଦାମାଙ୍କ ବନ୍ଧୁତା ବନ୍ଧନ ପ୍ରେରଣା ସାଜି କାଳ କାଳକୁ ଅମର ହୋଇ ରହିଯାଇଛି । ତେବେ ବନ୍ଧୁତା ଦିବସ ଭାରତର ପରମ୍ପରା ନୁହେଁ ବରଂ ପାଶ୍ଚ୍ୟାତ ସଭ୍ୟତାରୁ ଆନିତ । ମାତ୍ର ଭାରତୀୟମାନେ ଏହି ଦିବସଟିକୁ ଅତି ଉତ୍ସାହର ସହ ପାଳନ କରିଥାନ୍ତି ।

Spread the love