ସର୍ବସାଧାରଣଙ୍କ ପାଇଁ ହୋଲି ମନା

ମାର୍ଚ୍ଚ ମାସ ପାଇଁ ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡଲାଇନରେ ପର୍ବପର୍ବାଣୀ ଉପରେ ଅଧିକ ଧ୍ୟାନ ଦେଇଛନ୍ତି ସରକାର । ମହାଶିବରାତ୍ରୀ, ଦୋଳ ପୂର୍ଣ୍ଣିମା ଓ ହୋଲି ପାଳନ ବେଳେ ସତର୍କକତା ଅବଲମ୍ବନ କରିବାକୁ କୁହାଯାଇଛି । ବିଶେଷ କରି ହୋଲି ସମୟରେ ବାହାରେ ରଙ୍ଗ ନଖେଳି ନିଜ ଘରେ ପରିବାର ସହ ହୋଲି ଖେଳିବାକୁ ପରାମର୍ଶ ଦେଇଛନ୍ତି ସରକାର । ସେହିପରି ସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନ ହୋଲି ସମୟରେ କଟକଣା ଜାରି କରିପାରିବେ ବୋଲି ମଧ୍ୟ କୁହାଯାଇଛି ।

ସେହିପରି ଦୋଳ ପୂର୍ଣ୍ଣିମାକୁ ମଧ୍ୟ ଅନୁମତି ଦେଇଛନ୍ତି ସରକାର । ହେଲେ ଧାର୍ମିକ ଅନୁଷ୍ଠାନରେ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ଭଳି କୋଭିଡ କଟକଣା ପାଳନ କରିବା ବାଧ୍ୟତାମୂଳକ ରହିଛି । ସେହିପରି ଦୋଳ ମେଲଣ ଉପରେ ସ୍ଥାନୀୟ ପ୍ରଶାସନ ଚାହିଁଲେ କଟକଣା ଲଗାଇପାରିବେ ଓ କେତେ ଜଣ ଏଥିରେ ସାମିଲ ହୋଇପାରି ସେ ନେଇ ମଧ୍ୟ ନିଷ୍ପତ୍ତି ନେଇପାରିବେ ।

କାଲି ମହାଶିବରାତ୍ରୀ ଥିବାରୁ ଏହାର ପାଳନ ଉପରେ ମଧ୍ୟ ସରକାର କଟକଣା କୋହଳ କରିଛନ୍ତି । କୋଭିଡ କଟକଣା ସହ ମହାଶିବରାତ୍ରୀ ପାଳିବାକୁ ଅନୁମତି ଦେଇଛନ୍ତି । ସାମାଜିକ, ଧାର୍ମିକ ଓ ରାଜନୈତିକ ସମାବେଶକୁ ଅନୁମତି ଦିଆଯାଇଛି । ମେଳା, ପ୍ରଦର୍ଶନୀ ଓ ବାଣିଜ୍ୟ ମେଳାକୁ ମଧ୍ୟ ଅନୁମତି ମିଳିଛି ।

Spread the love