ମୋଦି, ଶାହ କିମ୍ବା ଅଜିତ୍ ଡୋଭାଲ୍ ନୁହଁନ୍ତି, ଏହି ଅଫିସର ହେଉଛନ୍ତି ‘ମିଶନ କଶ୍ମୀର’ର ମାଷ୍ଟରମାଇଣ୍ଡ

ଜମ୍ମୁ କଶ୍ମୀରରୁ ଅନୁଛେଦ ୩୭୦ ହଟାଇ ରାଜ୍ଯକୁ ବିଭାଜନ କରି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବାର ଏହି ମୋଦି ମିଶନ ଜୁନ୍ ମାସ ତୃତୀୟ ସପ୍ତାହରୁ ହିଁ ହୋଇଯାଇଥିଲା ଯେତେବେଳେ ସେ ୧୯୮୭ ବ୍ୟାଚ ଛତିଶଗଡ କ୍ୟାଡରର ଆଇଏଏସ୍ ଅଧିକାରୀ ବିଭିଆର୍ ସୁବ୍ରମଣ୍ୟମଙ୍କୁ ଜମ୍ମୁ କଶ୍ମୀରର ନୂଆ ମୁଖ୍ଯ ସଚିବ ଭାବେ ନିଯୁକ୍ତ କରିଥିଲେ । ସୁବ୍ରମଣ୍ୟମ ପିଏମଓରେ ଯୁଗ୍ମ ସଚିବ ରୂପେ ପ୍ରଧାନମନ୍ତ୍ରୀଙ୍କ ସହିତ ପୂର୍ବରୁ ମଧ୍ଯ କାମ କରିଛନ୍ତି । ସେ ମୋଦିଙ୍କ ମିଶନ କଶ୍ମୀରର ମୁଖ୍ଯ ଅଧିକାରୀଙ୍କ ମଧ୍ଯରେ ଜଣେ ଥିଲେ । ମିଶନ କଶ୍ମୀରର ସାରା ଦାୟିତ୍ୱ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦିଆଯାଇଥିଲା । ଶାହ ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏବଂ ନିଜ ଟିମ ସହିତ ମିଶି ଏହାକୁ ସମୀକ୍ଷା କରିଥିଲେ । ଏଥିରେ ଆଲୋକ ଶ୍ରୀବାସ୍ତବ, ଆର.ଆସ୍. ବର୍ମା, କେ.କେ ବେଣୁଗୋପାଳ, କେନ୍ଦ୍ର ଗୃହ ସଚିବ ରାଜୀବ ଗୌବା ସାମିଲ ଥିଲେ ।

ସୂଚନା ଅନୁସାରେ ଶାହ ନିଜେ ଯେତେବେଳେ କଶ୍ମୀର ସ୍ଥିତି ସମୀକ୍ଷା କରିଥିଲେ ତା ପରେ ଡୋଭାଲଙ୍କୁ ସୁରକ୍ଷା ଦୃଷ୍ଟିରୁ ସ୍ଥିତି ସମୀକ୍ଷା କରିବା ପାଇଁ ଶ୍ରୀନଗର ପଠାଯାଇଥିଲା । ସେ ସେଠାରେ ୩ ଦିନ ରହି ସ୍ଥିତି ସମୀକ୍ଷା କରିଥିଲେ । ଏହା ପରେ ୨୬ ଜୁଲାଇରେ ଅମରନାଥ ଯାତ୍ରା ରୋକିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ସୁବ୍ରମଣ୍ୟମ କଲେ ସାରା ପ୍ଲାନିଂ
ଜମ୍ମୁ କଶ୍ମୀରର ମୁଖ୍ୟ ସଚିବ ସୁବ୍ରମଣ୍ୟମ ଗ୍ରାଉଣ୍ଡ ଜିରୋରେ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ଉଠାଇବା ପାଇଁ ପ୍ରସ୍ତୁତି କରିଥିଲେ । ଏଥିରେ ପୋଲିସ, ଅର୍ଦ୍ଧସୈନିକ ବଳ ଓ ପ୍ରଶାସନ ପ୍ରମୁଖ ଅଧିକାରୀଙ୍କ ଦ୍ୱାରା ସାଟେଲାଇଟ୍ ଫୋନର ପ୍ରୟୋଗ କରିବା, ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ଟିମ୍ ପ୍ରସ୍ତୁତ କରିବା, ନିୟନ୍ତ୍ରଣ ରେଖାରେ ସୁରକ୍ଷା ବଢାଇବା ଆଦି ପଦକ୍ଷେପ ସାମିଲ ଥିଲା । ସେନା, ସୁରକ୍ଷା ଏଜେନ୍ସି ଓ କେନ୍ଦ୍ର ଅର୍ଦ୍ଧସୈନିକ ବଳର ପ୍ରମୁଖ କେନ୍ଦ୍ର ଗୃହ ମନ୍ତ୍ରାଳୟ  ଓ ରାଜ୍ଯର ମୁଖ୍ଯ ସଚିବଙ୍କ ସହିତ ୨୪ ଘଣ୍ଟା ସମ୍ପର୍କରେ ଥିଲେ ।

୪ ଅଗଷ୍ଟ ରାତି ଅତି ଗୁରୁତ୍ୱପୂର୍ଣ୍ଣ ଥିଲା । ମୁଖ୍ଯ ସଚିବ ପୋଲିସ ମହାନିର୍ଦ୍ଦେଶକ(ଜମ୍ମୁ ଏବଂ କଶ୍ମୀର) ଦିଲବାଗ ସିଂହଙ୍କୁ ଅନେକ ନିବାରକ ପଦକ୍ଷେପ ଉଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ମୁଖ୍ଯ ନେତାଙ୍କୁ ଗିରଫ କରିବା, ମୋବାଇଲ୍ ଓ ଲ୍ୟାଣ୍ଡଲାଇନ୍ ସେବା ବନ୍ଦ କରିବା, ଧାରା ୧୪୪ ଲାଗୁ କରିବା ତଥା ଘାଟୀରେ କର୍ଫ୍ୟୁ ସମୟରେ ସୁରକ୍ଷାବଳଙ୍କ ଗତି ବଢାଇବା ଆଦି ସାମିଲ ଥିଲା ।

ସାମ୍ବାଦିକଙ୍କୁ ଦିଆଯାଇଥିଲା ଏହି ସୂଚନା
ଏହି ସମୟରେ ଅମିତ ଶାହ ପ୍ରମୁଖ ପତ୍ରକାର(ଗୃହ ମନ୍ତ୍ରାଳୟ ପର୍ଯ୍ଯନ୍ତ ଯେଉଁମାନଙ୍କ ସମ୍ପର୍କ ଥିଲା)ଙ୍କ ସହିତ ବନ୍ଦ କୋଠରୀରେ ବୈଠକ କରିଥିଲେ ଏବଂ ଏହି ସମ୍ବେଦନଶୀଳ ମୁଦ୍ଦା ଉପରେ ସନ୍ତୁଳନ ରକ୍ଷା କରି ରିପୋର୍ଟିଂ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

୨ ଅଗଷ୍ଟରେ ଶାହଙ୍କୁ ଏହି ଭରସା ହୋଇଯାଇଥିଲା ଯେ ତାଙ୍କ ପାର୍ଟିକୁ ରାଜ୍ଯସଭାରେ ପର୍ଯ୍ୟାପ୍ତ ପରିମାଣରେ ସମର୍ଥନ ହାସଲ ହୋଇଯିବ । ଏବଂ ସୋମବାର ଉଚ୍ଚ ସଜନରେ ଏହି ଐତିହାସିକ ବିଧେୟକ ଆଗତ କରାଗଲା । ଏହି ସମୟରେ ବିଜେପି ସାଂସଦଙ୍କୁ ହ୍ୱିପ୍ ଜାରି କରାଯାଇଥିଲା ଯେ ସେମାନେ ସଂସଦରେ ଉପସ୍ଥିତ ରହିବେ ଏବଂ ଏହି ମହତ୍ତ୍ୱପୂର୍ଣ୍ଣ ବିଲ୍ ପାରିତ ସମୟରେ ନିଜର ଯୋଗଦାନ ଦେବେ ।

Spread the love