ଗ୍ରାଜୁଏସନ ଓ ପିଜିର ଶେଷ ସେମିଷ୍ଟାର ପରୀକ୍ଷା ନେଇ ବଡ ନିଷ୍ପତି

ଗ୍ରାଜୁଏସନ ଓ ପିଜିର ଶେଷ ସେମିଷ୍ଟାର ପରୀକ୍ଷା ନେଇ ବଡ ନିଷ୍ପତି । ଜୁଲାଇରେ ପରୀକ୍ଷା କରି ଅଗଷ୍ଟ ୧୫ ସୁଦ୍ଧା ପରୀକ୍ଷାଫଳ ପ୍ରକାଶ କରିବାକୁ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତି, ସରକାରୀ ଏବଂ ବେସରକାରୀ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ।କୋଭିଡ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢା ଯେପରି ପ୍ରଭାବିତ ନହୁଏ ସେଥିପ୍ରତି ଗୁରୁତ୍ୱ ଦେବାକୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାଜୁଏସନ ଏବଂ ପିଜି ଶେଷ ସେମିଷ୍ଟାର ପରୀକ୍ଷା ଜୁଲାଇ ସୁଦ୍ଧା ଶେଷ କରି ଅଗଷ୍ଟ ୧୫ ସୁଦ୍ଧା ଫଳ ପ୍ରକାଶ କରାଯାଉ ବୋଲି ସେ ଚିଠିରେ ଲେଖିଛନ୍ତି । ଯଦି ପାଠ ପଢା ସରିନାହିଁ ବା ଧାର୍ଯ୍ୟ ତାରିଖ ଭିତରେ ସରୁନି ତାହାଲେ ଏକ୍ସଟ୍ରା କ୍ଲାସ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସୁବିଧା ଅନୁଯାୟୀ ଅନ୍ୟାନ୍ୟ ସେମିଷ୍ଟାର ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି ।

Spread the love