ଗାଡ଼ି ନେଇ ଆସିବାରେ ବିଳମ୍ୱ ହେବାରୁ ଡ୍ରାଇଭର ଓ ହେଲ୍ପରଙ୍କୁ ନିସ୍ତୁକ ମାଡ଼ ମାରିଲେ ମାଲିକ

ଭୁବନେଶ୍ୱର, ୦୨/୦୩: ଆଇଗିନିଆ ଆଳୁ ଗଦିରେ ଟ୍ରକ ଡ୍ରାଇଭରଙ୍କୁ ମାଲିକଙ୍କ ମାଡ଼ ଘଟଣାକୁ ନେଇ ଭରତପୁର ଥାନା ଘେରାଉ କଲେ ଓଡିଶା ଡ୍ରାଇଭର ମହାସଂଘ । ଗତକାଲି ରାତିରେ ଆଳୁ ଟ୍ରକ ନେଇ ବଡ଼ମ୍ବାରୁ ଆସୁଥିବା ବେଳେ ବିଳମ୍ବ ହେବାରୁ ଆଳୁ ଗୋଦାମ ମାଲିକ ଟ୍ରକ ଡ୍ରାଇଭର ଓ ହେଲ୍ପରଙ୍କୁ ନିସ୍ତୁକ ମାଡ଼ ମାରି ହାତ ଭାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି । ଏନେଇ ଭରତପୁର ଥାନା ପୋଲିସ୍‌ ସମ୍ପୃକ୍ତ ଗୋଦାମ ମାଲିକଙ୍କୁ ଡକାଇ ପଚରାଉଚରା କରିଛି । ମାମଲାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଆପୋଷ ବୁଝାମଣା କରିବାକୁ ପୋଲିସ ଚେଷ୍ଟା ଚଳାଇଥିବାରୁ ଏହାକୁ ବିରୋଧ କରିଛି ସଙ୍ଘ । ତେଣୁ ଆକ୍ରମଣ କରିଥିବା ମାଲିକ ସମସ୍ତ କ୍ଷତିପୂରଣ ଓ ସର୍ବସମ୍ମୁଖରେ କ୍ଷମା ମଗାନ୍ତୁ ବୋଲି ସଙ୍ଘ ପକ୍ଷରୁ ଦାବି କରାଯାଇଛି ।

Spread the love