ରାଷ୍ଟ୍ରପତି ପୁଟ୍ଟିନ୍ଙ୍କ ସହ ପୁଣି କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ନୂଆଦିଲ୍ଲୀ ୦୨/୦୩: ୟୁକ୍ରେନ୍ ଉପରେ ଳଗାତାର ଭାବେ ମିସାଇଲ ଏବଂ ଗୁଳିମାଡ ଜାରି ରଖିଛି ଋଷ । ଏହାରି ମଧ୍ୟରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟ୍ଟିନ୍ଙ୍କ ସହ ପୁଣି ଥରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୟୁକ୍ରେନ୍ରେ ଫସିଥିବା ଭାରତୀୟ ଛାତ୍ରଛାତ୍ରୀ ତଥା ନାଗରିକଙ୍କୁ ସୁରକ୍ଷିତ ଭାବେ ଭାରତ ଫେରାଇ ଆଣିବାକୁ ନେଇ ପୁଟ୍ଟିନ୍ଙ୍କ ସହ ଆଲୋଚନା କରିଛନ୍ତି ମୋଦି । ଋଷର ଘନଘନ ଆକ୍ରମଣ ମଧ୍ୟରେ ଭାରତୀୟଙ୍କୁ ସେଠାରୁ ଫେରାଇ ଆଣିବା କେନ୍ଦ୍ର ସରକାରଙ୍କ ପାଇଁ ଏବେ ସବୁଠାରୁ ବଡ ଚ୍ୟାଲେଞ୍ଜ ହୋଇଛି ।
ୟୁକ୍ରେନ୍ ସଙ୍କଟକୁ ନେଇ ପୁଣି ଥରେ ଉଚ୍ଚସ୍ତରୀୟ ବୈଠକ ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପୂର୍ବରୁ ମଧ୍ୟ ୟୁକ୍ରେନ୍-ଋଷ ଯୁଦ୍ଧ ଏବଂ ଭାରତୀୟଙ୍କୁ ସେଠାରୁ ଫେରାଇଆଣିବା ପାଇଁ ୫ ଥର ଉଚ୍ଚ ସ୍ତରୀୟ ବୈଠକ ହୋଇସାରିଛି । ଏବେ ପୁଣି ଥଷର ପୁଟ୍ଟିନଙ୍କ ସହ ଫୋନ ଯୋଗେ କଥା ହେବାପରେ ବୈଠକ ଡକାଇଛନ୍ତି ପିଏମ୍ ମୋଦି । ୟୁକ୍ରେନ୍ ଉପରେ ଆକ୍ରମଣ ଘଟଣାକୁ ନେଇ କୂଟନୈତିକ ମାଧ୍ୟମରେ ସମାଧାନ କରିବାକୁ ପ୍ରସ୍ତାବ ଦେଇଥିଲେ ପ୍ରଧାନମନ୍ତ୍ରୀ ।