ଆଜିର ରାଶିଫଳ

ମେଷ: ଲାଗିରହିଥିବା ମକଦ୍ଦମାର ସମାଧାନ ବାହାରିବ। ଆପଣଙ୍କର ସ୍ବଭାବ ଅନ୍ୟମାନଙ୍କ ଧ୍ୟାନ ଆକର୍ଷଣ କରିବ। ନୂଆ ଜମି କିଣିବା ଲାଗି ଦିନଟି ଭଲ।

ବୃଷ: କାର୍ଯ୍ୟକ୍ଷେତ୍ରରେ ସାବଧାନତା ଅବଲମ୍ବନ କରନ୍ତୁ। ବିରୋଧୀମାନେ ଆପଣଙ୍କ କ୍ଷତି କରିବାକୁ ଚେଷ୍ଟା କରିବେ। ନିର୍ଦ୍ଧାରିତ ଲକ୍ଷ୍ୟର ଖୁବ୍ ନିକଟରେ ପହଞ୍ଚିପାରିବେ।

ମିଥୁନ: ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ। କୌଣସି ବନ୍ଧୁ ସହ ଅଚାନକ ଦେଖା ହେବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ।

କର୍କଟ: କାହାରି ସହିତ କୁତର୍କ କରନ୍ତୁ ନାହିଁ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଡାକ୍ତର ନୂଆ ଚିକିତ୍ସାଳୟ ଆରମ୍ଭ କରିପାରନ୍ତି। ଜୀବନସାଥୀଙ୍କ ସହ ସମ୍ବନ୍ଧରେ ମଧୁରତା ବଢ଼ିବ।

ସିଂହ: ମାନସିକ ରୂପେ ପ୍ରସନ୍ନତା ବଜାୟ ରହିବ। ରାଜନୀତି କ୍ଷେତ୍ର‌ରେ ଥିବା ଲୋକଙ୍କର ସମାଜରେ ପ୍ରତିଷ୍ଠା ବଢ଼ିବ। ପଇସା ନେବା-ଦେବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

କନ୍ୟା: ପୂର୍ବରୁ କରି ଆସୁଥିବା କାମ ସମାପ୍ତ ହୋଇଯିବ। ଆପଣଙ୍କ ଉପରେ ଲୋକମାନଙ୍କର ଭରସା ବଢ଼ିବ। ପରିବାର ସହ ଭଲ ସମୟ କାଟିବେ। ସ୍ବାସ୍ଥ୍ୟ ଠିକ୍ ରହିବ।

ତୁଳା: କୌଣସି ସରକାରୀ କର୍ମଚାରୀଙ୍କ ସହଯୋଗ ପାଇବେ। ଜୀବନସାଥୀଙ୍କ ସହ ଲାଗି ରହିଥିବା ମନାନ୍ତର ଦୂର ହୋଇଯିବ। ଆପଣଙ୍କ ରଚନାକୁ ଲୋକେ ପ୍ରଶଂସା କରିବେ।

ବିଛା: ଆପଣଙ୍କ ପ୍ରଗତି ପଥରେ ଥିବା ଅବରୋଧ ସମାପ୍ତ ହେବ। ସଫଳତା ଓ ଉଚ୍ଚପଦ ପାଇବା ପାଇଁ ଇଚ୍ଛା ବଢ଼ିବ। ଗୃହିଣୀମାନେ ରୋଷେଇ କରୁଥିବା ସମୟରେ ସାବଧାନ ରୁହନ୍ତୁ।

ଧନୁ: ଅଫିସରେ ଯେଉଁ କାମ କରିଛନ୍ତି ତା’ର ଶ୍ରେୟ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ। କର୍ତ୍ତୃପକ୍ଷ ଆପଣଙ୍କୁ ଅଫିସ କାମରେ ରାଜ୍ୟ ବାହାରକୁ ପଠାଇ ପାରନ୍ତି। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ।

ମକର: ଆପଣ ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। ସାମାଜିକ ସ୍ତରରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। ଆପଣ ଯେଉଁ କାମ କରିବାକୁ ଚାହୁଁଛନ୍ତି ସେଥିରେ ଆଶାତୀତ ସଫଳତା ପାଇବେ।

କୁମ୍ଭ: ଯୋଜନା ତିଆରି କରିବା ଲାଗି ଦିନଟି ଭଲ। ଜୀବନରେ ଲାଗିରହିଥିବା ସବୁ କଷ୍ଟର ନିବାରଣ ହେବ। କର୍ମଜୀବୀ ମହିଳାଙ୍କର ଦରମା ବୃଦ୍ଧି ହୋଇପାରେ।

ମୀନ: କିଛି ନୂଆ ସୁବିଧା ପାଇବେ ଯାହା ଦ୍ବାରା ଆର୍ଥିକ ଲାଭ ହେବ। ଜୀବନସାଥୀଙ୍କ ସହ ଲାଗି ରହିଥିବା ମତଭେଦ ଦୂର ହୋଇଯିବ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ।

Spread the love