ଆସୁଛି ମୋଦିଙ୍କ ବାୟୋପିକ୍, ପରେଶ ରାଓ୍ବତ ହେବେନି ମୋଦି ଜାଣନ୍ତୁ କିଏ ମୋଦିଙ୍କ ଭୂମିକାରେ ଅଭିନୟ କରିବେ

ଖୁବଶୀଘ୍ର ମୋଦିଙ୍କ ବାୟୋପିକ ଆସୁଛି । କିଏ ମୋଦିଙ୍କ ରୋଲ କରିବେ ସେନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ।   ଏଥିରେ ମୋଦିଙ୍କ ଚରିତ୍ରରେ ନଜର ଆସିବେ ବଲିଉଡ ସୁପରଷ୍ଟାର ବିବେକ ଓବରାୟ । ଏହି ଫିଲ୍ମର ଡାଇରେକ୍ଟର ହେଉଛନ୍ତି ଉମଙ୍ଗ କୁମାର  ରହିଛନ୍ତି । ଉମଙ୍ଗ ମେରିକମ୍, ସରବଜିତ ଏବଂ ଭୂମୀ ଭଳି ଅନେକ ଫିଲ୍ମ ବନାଇଛନ୍ତି । ମୋଦୀଙ୍କ ପିଲାଦିନଠାରୁ  ପ୍ରଧାନମନ୍ତ୍ରୀ ହେବା ଯାଏ  ଯେଉଁ ଯାତ୍ରା ଅତିକ୍ରମ କରିଛନ୍ତି ତାହା ଏହି ଫିଲ୍ମରେ ଚିତ୍ରଣ କରାଯାଇଛି ।

ମୋଦିଙ୍କ ଜୀବନି ଉପରେ ଆଧାରିତ ଏହି ଫିଲ୍ମ ଗତ ୩ବର୍ଷ ହେବ ଲଞ୍ଚ ହେବାର ଯୋଜନା କରାଯାଉଛି । ପୂର୍ବରୁ ଶୁଣିବାକୁ ମିଳୁଥିଲା କି, ଏହି ଫିଲ୍ମରେ ବଲିଉଡର ଜଣେ ନାମିଦାମି ତାରକା ପରେଶ ରାୱଲ ମୋଦିଙ୍କ ଭୂମିକାରେ ଅଭିନୟ କରିବେ । କିନ୍ତୁ ଫିଲ୍ମର ସମିକ୍ଷକ ତରୁଣ ଆଦର୍ଶ ଟ୍ୱିଟ କରି କହିଛନ୍ତି, ଏହି ଫିଲ୍ମରେ ମୋଦିଙ୍କ ଭୂମୀକାରେ ନଜର ଆସିବେ ବିବେକ ଓବରାୟ । ଡାୟରେକ୍ଟର ରହିବେ ଉମଙ୍ଗ କୁମାର ଏବଂ ଏହାର ପ୍ରଡୁସର ରହିବେ ସଂଦୀପ ସିଂ । ସେ ଟ୍ୱିଟ୍ ଜରିଆରେ ଏହା ମଧ୍ୟ କହିଛନ୍ତି କି, ଜାନୁଆରୀ 7 ତାରିଖରେ ଏହି ଫିଲ୍ମର ପ୍ରଥମ ଲୁକ ପୋଷ୍ଟର ଲଞ୍ଚ ହେବ ।

Spread the love