ଯୁଦ୍ଧ ଭିତରେ ଶାନ୍ତି ପାଇଁ ଋଷ ଏବଂ ୟୁକ୍ରେନ୍‌ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ ୦୩/୦୩ : ଋଷ ଏବଂ ୟୁକ୍ରେନ୍‌ ମଧ୍ୟରେ ୮ଦିନ ହେଲା ଲାଗି ରହିଛି ଘମାଘୋଟ ଯୁଦ୍ଧ । ଦୁଇ ଦେଶ ମଧ୍ୟରେ ପ୍ରଥମେ ଆଲୋଚନା ହୋଇଥିଲା । କିନ୍ତୁ କୌଣସି ନିଷ୍କର୍ସ ବାହାରି ପାରିନଥିଲା । ତେବେ ଗୁରୁବାର ପୁଣି ଥରେ ଉଭୟ ଦେଶ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହୋଇଛି । ବେଲାରୁଷ ସୀମାରେ ଦୁଇ ଦେଶ ମଧ୍ୟରେ ଶାନ୍ତି ପାଇଁ ଆରମ୍ଭ ହୋଇଛି ବୈଠକ । ବୈଠକରେ ଋଷ ଏବଂ ୟୁକ୍ରେନ୍‌ ପ୍ରତିନିଧିମଣ୍ଡଳ ଉପସ୍ଥିତ ଅଛନ୍ତି ।

ଋଷ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ‘ବେଲାରୁଷରେ ପୁଣି ଥରେ ଆଲୋଚନା ଆରମ୍ଭ ହୋଇଛି । ଆମେ ଆଶା କରୁଛୁ ୟୁକ୍ରେନ୍‌ ଏହି ପ୍ରସଙ୍ଗରେ ସକାରାତ୍ମକ ଭା​ବେ ଆଲୋଚନା କରିବ ଏବଂ ଯୁଦ୍ଧ ସମାପ୍ତ କରିବ । ତା ସହିତ ୟୁକ୍ରେନ୍‌ ଲୋକଙ୍କୁ ଶାନ୍ତିପୂର୍ଣ୍ଣ ଜୀବନ ବିତାଇବାକୁ ସକ୍ଷମ ହେବେ ।’

ଅନ୍ୟପଟେ ୟୁକ୍ରେନ୍‌ ଅଧିକାରୀ କହିଛନ୍ତି, ଯୁଦ୍ଧ ଶେଷ କରିବାକୁ ଋଷ ସହିତ ଆଲୋଚନା ହେଉଛି । ଆଶା କରାଯାଉଛି ଆଲୋଚନା ସଫଳ ହେବ । ଋଷ ତୁରନ୍ତ ଯୁଦ୍ଧ ବିରତି କରୁ ବୋଲି ୟୁକ୍ରେନ୍‌ ପ୍ରତିନିଧି ମଣ୍ଡଳ ଦାବି କରିଛନ୍ତି । ପୂର୍ବରୁ ଫେବୃଆରୀ ୨୮ ତାରିଖରେ ପ୍ରଥମେ ବୈଠକ ହୋଇଥିବା । ତେବେ କୌଣସି ନିଷ୍କର୍ସ ନବାହାରିବାରୁ ଯୁଦ୍ଧ ଜାରିରଖିଥିଲା ଋଷ । ବର୍ତ୍ତମାନ ସୁଦ୍ଧା ୟୁକ୍ରେନ୍‌ର ଅନେକ ସହରରେ କବ୍‌ଜା କରିସାରିଛି। ଏବେ ମଧ୍ୟ ମିସାଇଲ ଏବଂ ଗୁଳିମାଡ ଜାରି ରହିଛି । ୟୁକ୍ରେନ୍‌ରେ ବର୍ତ୍ତମାନ ସୁଦ୍ଧା ୨୨୭ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୯ହଜାର ଋଷ ସୈନ୍ୟଙ୍କୁ ମାରିଥିବା ଦାବି କରୁଛି ୟୁକ୍ରେନ୍ ।

Spread the love