ବିଜେଡି ମେୟର ପ୍ରାର୍ଥୀ ହେଲେ ସୁଲୋଚନା

ଭୁବନେଶ୍ୱର: ରାଜ୍ୟର ୩ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜେଡି । ଭୁବନେଶ୍ୱର ମହାନଗର ନିଗମରେ ବିଜେଡି ସୁଲୋଚନା ଦାସଙ୍କୁ ମେୟର ପ୍ରାର୍ଥୀ ଭାବରେ ଘୋଷଣା କରିଛି । ସେହିପରି ଭାବରେ କଟକ ମହାନଗର ନିଗମ ପାଇଁ ସୁବାସ ସିଂ, ଏବଂ ବ୍ରହ୍ମପୁର ମହାନଗର ନିଗମ ପାଇଁ ସଂଘମିତ୍ରା ଦଳେଇଙ୍କୁ ମେୟର ପ୍ରାର୍ଥୀ କରିଛି ବିଜୁ ଜନତା ଦଳ । ତେବେ ଚଳିତ ଥର ଭୁବନେଶ୍ୱର ମହାନଗର ନିଗମ ଓ ବ୍ରହ୍ମପୁର ମହାନଗର ନିଗମରେ ମେୟର ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା ।

ସୂଚନା ଅନୁସାରେ, ମାର୍ଚ୍ଚ ୨୪ରେ ରାଜ୍ୟର ୩ ମହାନଗର ନିଗମ ସହ ସମସ୍ତ ପୌରାଞ୍ଚଳରେ ନିର୍ବାଚନ  ହେବ । ଏଥିପାଇଁ ମାର୍ଚ୍ଚ ୨ରୁ ଆରମ୍ଭ ହୋଇସାରିଛି ନାମାଙ୍କନ ପତ୍ର ଦାଖଲ । ଏହା ପୂର୍ବରୁ କଂଗ୍ରେସ କଟକ ମହାନଗର ନିଗମ ଓ ଭୁବନେଶ୍ୱର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିସାରିଛି । କଂଗ୍ରେସ ପରେ ଆଜି ବିଜୁ ଜନତା ଦଳ ମେୟର ପ୍ରାର୍ଥୀ ଘୋଷଣା କରିଛି । ତେବେ ଏପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ରାଜ୍ୟର ୩ ମହାନଗର ନିଗମ ପାଇଁ ତା’ର ମେୟର ପ୍ରାର୍ଥୀ ଘୋଷଣା କରିନାହିଁ ।

Spread the love