ୟୁକ୍ରେନ ସଂକଟ ଉପରେ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ ୦୫/୦୩:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁଦ୍ଧ ପ୍ରଭାବିତ ୟୁକ୍ରେନର ସ୍ଥିତି ଏବଂ ଭାରତୀୟ ନାଗରିକଙ୍କ ସୁରକ୍ଷିତ ଉଦ୍ଧାର ଉପରେ ଶନିବର ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଏଥିରେ ସୁମୀ ସହ ୟୁକ୍ରେନର ଅନେକ ଅଞ୍ଚଳରେ ଫସି ଥିବା ଭାରତୀୟଙ୍କୁ ଶୀଘ୍ର ଉଦ୍ଧାର କରିବା ଉପରେ ଆଲୋଚନା କରାଯାଇଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ୟୁକ୍ରେନ ସଂକଟ ଉପରେ ବହୁବାର ଉଚ୍ଚ ସ୍ତରୀୟ ବୈଠକର ଅଧ୍ୟକ୍ଷତା କରିସାରିଛନ୍ତି।

ଶନିବାର ବସିଥିବା ଏହି ଉଚ୍ଚସ୍ତରୀୟ ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, କେନ୍ଦ୍ରୀୟ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲଙ୍କ, ବୈଦେଶିକ ମନ୍ତ୍ରଣାଳୟର ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଲା ଏବଂ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଉପସ୍ଥିତ ରହିଥିଲେ।

ଏହା ପୂର୍ବରୁ ଖାରକିଭରୁ ସମସ୍ତ ଭାରତୀୟ ନାଗରିକ ଫେରିସାରିଛନ୍ତି ବୋଲି ବିଦେଶ ମନ୍ତ୍ରଣାଳୟର ଦାବି କରିଥିଲା। ଏହାସହ ୟୁକ୍ରେନର ପୂର୍ବରେ ଥିବା ସହର ସୁମୀରେ ଫସିଥିବା ପ୍ରାୟ ୭୦୦ ଭାରତୀୟଙ୍କୁ ଉଦ୍ଧାର ଉପରେ ମନ୍ତ୍ରଣାଳୟର ନଜର ରହିଛି । ଅପରେସନ ଗଙ୍ଗା ମାଧ୍ୟମରେ ୟୁକ୍ରେନରୁ ପ୍ରାୟ ୧୩ ହଜାରରୁ ଅଧିକ ଭାରତୀୟ ନାଗରିକଙ୍କୁ ସ୍ୱଦେଶ ଫେରାଇ ଅଣାଯାଇଛି।

Spread the love