ଖଇରା ବ୍ଲକ ଅଧ୍ୟକ୍ଷାଙ୍କ ସମେତ ବହୁ ବିଜେଡି ନେତା ବିଜେପିରେ ହେଲେ ସାମିଲ

ଭୁବନେଶ୍ୱର : ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ରାଜ୍ୟ ପ୍ରଭାରୀ ଶ୍ରୀମତୀ ଡି.ପୁରନ୍ଦେଶ୍ୱରୀଙ୍କ ଉପସ୍ଥିତିରେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ବର୍ତମାନ ଅଧ୍ୟକ୍ଷା ତଥା ବର୍ତମାନ ପଲାସା ଗ୍ରାମ ପଂଚାୟତ ସମିତି ସଭ୍ୟା ଅଭିଲିପ୍ସା ସାହୁ, ଝିଙ୍କିରିଆ ଗ୍ରାମ ପଂଚାୟତ ସମିତି ସଭ୍ୟା ରଶ୍ମିତା ଜେନା, ଖଇରା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ସମିତି ସଭ୍ୟ ବିଷ୍ଣୁପଦ ସାହୁ ପ୍ରମୁଖ ନିଜ ନିଜ ସମର୍ଥକଙ୍କ ଗ୍ରହଣରେ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଓ ରାଜ୍ୟ ପ୍ରଭାରୀ ଶ୍ରୀମତୀ ପୁରନ୍ଦେଶ୍ୱରୀ ନୂତନ ଭାବେ ବିଜେପିରେ ସାମିଲ ହୋଇଥିବା ଏହି ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଥିଲେ ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କର ନୀତି ଆଦର୍ଶ ଓ କାର୍ଯ୍ୟକ୍ରମକୁ ସମର୍ଥନ କରି ଜନସାଧାରଣ ମାନେ ଗତ ପଂଚାୟତ ନିର୍ବାଚନରେ ଖଇରା ସିମୁଳିଆ ନିର୍ବାଚନ ମଣ୍ଡଳୀବାସୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀମାନଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିଥିବାରୁ ଖଇରା ସିମୁଳିଆ ନିର୍ବାଚନ ମଣ୍ଡଳୀର ସମସ୍ତ ଭୋଟର ଭାଇ ଓ ଭଉଣୀମାନଙ୍କୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି କୃତଜ୍ଞତା ଜ୍ଞାପନ ଜଣାଇଛନ୍ତି ।

କେନ୍ଦ୍ରରେ ମୋଦି ସରକାରଙ୍କ ବହୁ ଜନକଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଏବଂ ଯୋଜନାର ସୁଫଳ କାରଣରୁ ସାଧାରଣ ଜନତାଙ୍କ ମନ ଭିତରେ ଏକ ବିଶ୍ୱାସ ଜାଗୃତ ହୋଇଛି। ସମସ୍ତ ନୂତନ ସଦସୟଙ୍କୁ ଶ୍ରୀମତୀ ପୁରନ୍ଦେଶ୍ୱରୀରାଜ୍ୟରେ କମଳ ଫୁଟାଇବାରେ ଏହି ଜନସାଧାରଣ ମାନେ ସହାୟକ ହେବେ। ସେହି ଦୃଷ୍ଟିରୁ ଭାରତୀୟ ଜନତାପାର୍ଟିରେ ସାମିଲ ହୋଇଥିବା ସମସ୍ତ ଭାଇ ଭଉଣୀ ମାନଙ୍କୁ ସ୍ୱାଗତ ଜଣାଉଛି ବୋଲି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ କହିଛନ୍ତି । ଏହି ମିଶ୍ରଣ ପର୍ବ ଅବସରରେ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ, ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ, ଜିଲ୍ଲା ପରିଷଦ ସଦସ୍ୟ ଗଜେନ୍ଦ୍ର ଦାସ ଓ ରାଜେଶ ମହାକୁଡ, ନିଳମାଧବ ପଣ୍ଡା, ମଣ୍ଡଳ ସଭାପତି ପତିତପାବନ କର, ଆନନ୍ଦ ନାୟକ, ସନ୍ତୋଷ ଶତପଥୀ, ସୁଶାନ୍ତ ମହାକୁଡ, ବୁଲୁ ଲେଙ୍କା, କୈଳାଶ ମାଝୀ, ପ୍ରମୁଖ ଉପସ୍ଥିତ।

Spread the love