ଯାଜପୁରରେ ଚାଷୀ ଧାନ ଦେବାରୁ ବଞ୍ଚିତ

ଯାଜପୁର ଜିଲ୍ଲା ସୁକିନ୍ଦା ସମବାୟ ସମିତିର ଶହଶହ ଚାଷୀ ଧାନ ଦେବାରୁ ବଞ୍ଚିତ। ସମବାୟ ସମିତିକୁ ‌ଦୌଡିଦୌଡି ଚାଷୀମାନେ ନୟାନ୍ତ ହେଉଥିବା ବେଳେ ଟାର୍ଗେଟ ନଥିବାରୁ  ଧାନ କିଣା ଯିବନି ବୋଲି ଉତ୍ତର ପାଉଛନ୍ତି। କିନ୍ତୁ ପ୍ରଶାସନ ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତ ।ଜାନୁଆରି ମାସ ଶେଷ ସୁଦ୍ଧା ଚାଷୀମାନେ ସମସ୍ତ ଧାନ ବିକି ଦେଉଥିଲେ। ହେଲେ ଏଥର ମାର୍ଚ୍ଚ ମାସ ହେଲାଣି ଧାନ ଉଠିପାରିଲା ନାହିଁ।  ବର୍ଷକ ଯାକର ପରିଶ୍ରମର ଫଳ ପଡ଼ି ରହି ନଷ୍ଟ ହେବାକୁ ବସିଲାଣି। ଚାଳଛପର ଘରେ ଥିବା ଧାନ  ନଷ୍ଟ ହେବାର ଭୟ ରହିଛି। ଅନେକ ଚାଷୀଙ୍କ ଟୋକନ ଅବଧି ମଧ୍ୟ ଶେଷ ହୋଇଯାଇଛି। ସୁକିନ୍ଦା ପ୍ୟାକ୍ସ ଅଧୀନରେ ଆହୁରି ୨ଶହ ଚାଷୀ ଧାନ ଦେବାକୁ ଅପେକ୍ଷା କରି ରହିଛନ୍ତି।  ନିର୍ବାଚନ ଆଳରେ ଚାଷୀଙ୍କ ଜୀବିକାକୁ ସରକାର ଅଣଦେଖା କରୁଥିବା ଅଭିଯୋଗ ହେଉଥିବା ବେଳେ  ସରକାରୀ ବ୍ୟବସ୍ଥା ଫେଲ ଯୋଗୁ ଚାଷୀ ବାଧ୍ୟ ହୋଇ କ୍ଷତି ସହି ବ୍ୟବସାୟୀଙ୍କୁ ଧାନ ବିକୁଛି। ଏହି କାରଣରୁ ଚାଷରୁ ମୁହଁ ଫେରାଉଛନ୍ତି। ଏଭଳି ସରକାରୀ ଷଡ଼୍‌ଯନ୍ତ୍ର ଯୋଗୁଁ ଚାଷ ଛାଡିବା ସହ ଧାର ଉଧାର ସୁଝି ନପାରିଲେ ଆତ୍ମହତ୍ୟାର ବାଟ ବାଛିବେ ବୋଲି ଚେତାବନୀ ଦେଇଛନ୍ତି।  ଚାଷୀଙ୍କ ସମସ୍ୟା ଶୁଣିବା ପରେ ଜିଲ୍ଲାପାଳ ଚକ୍ରବର୍ତ୍ତୀ  ସିଂ ରାଠୋର ଏନେଇ କଣ ବ୍ୟବସ୍ଥା କରିହେବ ସେ ଦିଗରେ କାର୍ଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଚାଷୀ ସନ୍ତୋଷ କୁମାର ମୁଦୁଲି, ବିମ୍ବାଧର ପୃଷ୍ଟି, ପ୍ରମୋଦ ସାହୁଙ୍କ ସମେତ ଶତାଧିକ ଚା‌ଷୀ ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିଲେ।

Spread the love