ତୁର୍କୀର ବିକଶିତ ଡ୍ରୋନ ୟୁକ୍ରେନ ପାଇଁ ସାଜିଛି ରକ୍ଷାକବଚ

କିବ୍ : ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ୧୨ଦିନ ବିତିଗଲାଣି । ରୁଷର ଭୟଙ୍କର ଆକ୍ରମଣରେ ପୂର୍ବ ୟୁକ୍ରେନର ଅଧିକାଂଶ ଅଞ୍ଚଳ ଧ୍ବଂସସ୍ତୁପରେ ପରିଣତ ହୋଇଛି । ଏହା ସତ୍ତ୍ବେ ରାଜଧାନୀ କିବକୁ ଏପର୍ଯ୍ୟନ୍ତ ଦଖଲ କରିପାରିନାହିଁ ରୁଷର ମହା ଶକ୍ତିଶାଳୀ ସେନା । ରୁଷକୁ ପ୍ରବଳ ପ୍ରତିରୋଧ କରୁଛନ୍ତି ୟୁକ୍ରେନ ସେନା ଓ ସାଧାରଣ ଜନତା । ଏହି ଯୁଦ୍ଧରେ ରୁଷ ସେନା ପ୍ରବଳ କ୍ଷତିର ସମ୍ମୁଖୀନ ମଧ୍ୟ ହୋଇଛି । ରୁଷର ଅନେକ ସୈନ୍ୟ, ଯୁଦ୍ଧ ବିମାନ, ଟ୍ୟାଙ୍କ, ଯୁଦ୍ଧ ଯାନକୁ ଧ୍ବଂସ କରିବାରେ ସଫଳ ହୋଇଛି ୟୁକ୍ରେନ ସେନା । ଏପରିକି ଇନ୍ଧନ ନେଇ ଆସିଥିବା ରୁଷର ଦୁଇଟି ଟ୍ରେନକୁ ଧ୍ବଂସ କରିଦେଇଛି ୟୁକ୍ରେନ।

 ତୁର୍କୀ ନିର୍ମିତ ଏକ ଶସ୍ତା ଡ୍ରୋନର ବ୍ୟବହାର କରି ୟୁକ୍ରେନ ଅସମ୍ଭବକୁ ସମ୍ଭବ କରିପାରିଛି । ଏହି ଡ୍ରୋନର ନାଁ ହେଉଛି ବେରାକତାର ଟିବି-୨ । ଏହି ଡ୍ରୋନକୁ ବିକଶିତ କରିଛି ତୁର୍କୀ । ଏହାର ମୂଲ୍ୟ ମଧ୍ୟ ବେଶୀ ନୁହେଁ, କିନ୍ତୁ ଏହାର ବ୍ୟବହାର କରି ୟୁକ୍ରେନ ରୁଷର ମୂଲ୍ୟବାନ ବିମାନ, ଟ୍ୟାଙ୍କ, ଯୁଦ୍ଧ ଯାନ ଆଦିକୁ ଧ୍ବଂସ କରିଦେଉଛି । ଅବଶ୍ୟ ରୁଷ୍ ସେନା ଗୁଳି କରି ଏପରି କେତୋଟି ଡ୍ରୋନ ଖସେବାରେ ସଫଳ ହୋଇଛି, କିନ୍ତୁ ଏଗୁଡ଼ିକରେ ପାଇଲଟ ବସୁନଥିବାରୁ ଓ ଅପେକ୍ଷାକୃତ ଶସ୍ତା ହୋଇଥିବାରୁ ୟୁକ୍ରେନ ବିଶେଷ କ୍ଷତିର ସମ୍ମୁଖୀନ ହେଉନାହିଁ ।

Spread the love