ଏହି ଦିନ ରିଲିଜ୍‌ ହେବ ସିଦ୍ଧାର୍ଥ-ରଶ୍ମିକାଙ୍କ ଫିଲ୍ମ ‘ମିଶନ ମଜନୁ’, ପୋଷ୍ଟ ସେୟାର କରି ଦେଲେ ସୂଚନା…

ନୂଆଦିଲ୍ଳୀ ୦୯।୦୩ : କରୋନାର ତୃତୀୟ ଲହର କମିବାରୁ ଧିରେ ଧିରେ ପୁଣି ଥରେ ସବୁ କିଛି କୋହଳ ହୋଇଛି । ଦୋକାନ , ବଜାର ଠାରୁ ଆରମ୍ଭ କରି ମଲ୍‌ ସିନେମା ହଲ୍‌ ଖୋଲିଛି । ଲକ୍‌ଡାଉନ୍‌ ଯୋଗୁଁ ଅନେକ ଫିଲ୍ମ୍‌ ରିଲିଜ୍‌ ହେବାରେ ବିଳମ୍ବ ହୋଇଥିଲା । କିନ୍ତୁ ବର୍ତ୍ତମାନ ଓମିକ୍ରନ୍‌ର ହ୍ରାସ ପାଇବା ପରେ ଶତ ପ୍ରତିଶତ କ୍ଷମତା ବିଶିଷ୍ଟ ସିନେମା ହଲ୍‌ ଗୁଡିକ ପୁଣି ଖୋଲିଛି ଏବଂ ଚଳଚ୍ଚିତ୍ର ନିର୍ମାତାମାନେ ସେମାନଙ୍କ ଫିଲ୍ମର ରିଲିଜ୍‌ କରିବାକୁ ଘୋଷଣା କରୁଛନ୍ତି । ଏହି ତାଲିକାରେ ସିଦ୍ଧାର୍ଥ ମଲହୋତ୍ରା ଏବଂ ରଶ୍ମିକା ମନ୍ଦନଙ୍କ ଆଗାମୀ ଚଳଚ୍ଚିତ୍ର ମିଶନ୍ ମଜନୁର ରିଲିଜ୍ ତାରିଖ ସ୍ଥିର କରାଯାଇଛି। ଏହି ଚଳଚ୍ଚିତ୍ରଟି ରୋନି ସ୍କ୍ରୁବାଲାର ଆର୍‌ଏସ୍‌ବିପି ଏବଂ ଗିଲ୍ଟି ବାଏ ଆସୋସିଏସନ୍ ଦ୍ୱାରା ମିଶିକି ପ୍ରସ୍ତୁତ କରାଯାଇଛି । ଏହି ଫିଲ୍ମଟି ୧୦ ଜୁନ୍ ୨୦୨୨ ରେ ସିନେମାଘରେ  ରିଲିଜ୍‌ ହେବ ।

ଶାନ୍ତନୁ ବାଗଚିଙ୍କ ଦ୍ୱାରା ନିର୍ଦ୍ଦେଶିତ ମିଶନ୍ ମଞ୍ଜୁଙ୍କ କାହାଣୀଟି ୧୯୭୦ ଦଶକର ଏକ ଆକର୍ଷଣୀୟ ଗୁପ୍ତଚର ଥ୍ରୀଲର୍ ଅଟେ, ଯେଉଁଥିରେ ସିଦ୍ଧାର୍ଥ ମଲହୋତ୍ରା ପାକିସ୍ତାନୀ ମାଟିରେ ଏକ ଗୁପ୍ତ ଅପରେସନ୍ ଚଳାଇଥିବେ। ଏକ୍ସପ୍ରେସନ୍ କୁଇନ୍ ଭାବରେ ଜଣାଶୁଣା ରଶ୍ମିକାଙ୍କୁ ପ୍ରଥମ ଥର ପାଇଁ ସିଦ୍ଧାର୍ଥଙ୍କ ସହ ବଡ ପରଦାରେ ଦେଖିବାକୁ ମିଳିବ । ଏହା ହେଉଛି ରଶ୍ମିକା ମନ୍ଦନାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ । ଏହି ଫିଲ୍ମରେ ତାଙ୍କ ଭୂମିକା ଉପରେ ସମସ୍ତ ନଜର ରହିଛି।

ଏଥି ସହିତ, ବିଶେଷ କଥା ହେଉଛି ସିଦ୍ଧାର୍ଥଙ୍କ ହିଟ୍‌ ଫିଲ୍ମ ଶେରସାହ ଏବଂ ରଶ୍ମିକାଙ୍କ ବ୍ଲକବଷ୍ଟର ଫିଲ୍ମ ପୁଷ୍ପା ପରେ ବର୍ତ୍ତମାନ ଉଭୟେ ଏକତ୍ର ରୂପା ଧମାକା କରିବା ଆସୁଛନ୍ତି । ଫିଲ୍ମର ରିଲିଜ୍ ଡେଟ୍‌ RSVP ପ୍ରଡକ୍ସନ୍ ହାଉସ୍ ଦ୍ୱାରା ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେୟାର କରାଯାଇଛି ।

Spread the love