କେନ୍ଦ୍ର ସରକାରଙ୍କ ୭ ଜଣିଆ ଟିମ ପୁରୀ ଗସ୍ତରେ

ପୁରୀ: ପୁରୀରେ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ନିର୍ମାଣ ନେଇ କେନ୍ଦ୍ର ସରକାରଙ୍କ ଏକ ୭ ଜଣିଆ ଟିମ ପୁରୀ ଗସ୍ତରେ ଆସିଥିଲେ।୭ ଜଣିଆ ଟିମ ପୁରୀ ସିପସରୁବାଲିର ସଂପୃକ୍ତ ଅଞ୍ଚଳ ବୁଲି ଦେଖିବା ସହ ବୈଷୟିକ ଦିଗ ପ୍ରତି ଅନୁଧ୍ୟାନ କରିଛନ୍ତି । ଉକ୍ତ ପ୍ରକଳ୍ପର ଆର୍ଥିକ- ବୈଷୟିକ ପ୍ରଭାବ ସଂକ୍ରାନ୍ତ ଉପରେ  ଏହି ଟିମ ଆକଳନ କରିଛନ୍ତି । ଉପ ଜିଲ୍ଲାପାଳ ଭବତାରଣ ସାହୁ ଉକ୍ତ ଟିମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ । ପରେ ଏହି ଦଳ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ପ୍ରକଳ୍ପର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।

Spread the love