ବାସ୍ତୁ ଅନୁସାରେ କଦଳୀ ବୃକ୍ଷର ମହତ୍ୱ

ପୂର୍ବରୁ କଦଳୀ ଗଛର ପତ୍ରରେ ସମସ୍ତେ ଖାଉଥିଲେ।କଦଳୀ ବୃକ୍ଷ ପୂଜନୀୟ ଓ ପବିତ୍ର ରୂପେ ବିବେଚିତ। ଏହାର ପତ୍ର, ଫଳକୁ ସମସ୍ତ କାର୍ୟ୍ୟରେ ବ୍ୟବହାର କରାଯାଇଥାଏ। ପୂଜାରେ କଦଳୀ ପତ୍ର, ଫଳକୁ ମଧ୍ୟ ବ୍ୟବହାର କରାଯାଇଥାଏ। କଦଳୀ ବୃକ୍ଷରେ ଦେବଗୁରୁ ବୃହସ୍ପତି ବାସ କରିଥାଆନ୍ତି ବୋଲି କୁହାଯାଏ।କଦଳୀ ବୃକ୍ଷ ଘରର ବଗିଚାରେ ରହିଲେ ବୃହସ୍ପତିଙ୍କ ବିଶେଷ କୃପା ଲାଭ ହୋଇଥାଏ।
ବୈବାହିକ ଜୀବନରେ ଥିବା ସମସ୍ୟା ଦୂର ହୋଇଥାଏ। ଅବିବାହିତ କନ୍ୟାଙ୍କର ଶୀଘ୍ର ବିବାହ ହୋଇଥାଏ।
ଉଚ୍ଚ ଶିକ୍ଷା ଓ ଜ୍ଞାନ ପ୍ରାପ୍ତି ପାଇଁ ଏହି ବୃକ୍ଷ ସହାୟକ ହୋଇଥାଏ। କାରଣ ଏହା ସର୍ବଦା ବାତାବରଣକୁ ଶାନ୍ତ ଓ ସକରାତ୍ମକ ଶକ୍ତି ପ୍ରଦାନ କରିଥାଏ।
ନିୟମିତ ୭ଟି ଗୁରୁବାର ନିୟମିତ ରୂପେ କଦଳୀ ବୃକ୍ଷକୁ ପୂଜା କରିବା ଦ୍ବାରା ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ। ଅବିବାହିତ ଝିଅମାନେ କଦଳୀ ବୃକ୍ଷକୁ ପୂଜା କରିବା ଦ୍ବାରା ବିବାହ ଶୀଘ୍ର ହୋଇଥାଏ।

 

ଭଗବାନ ସତ୍ୟନାରାୟଣଙ୍କ ପୂଜା ସମୟରେ କଦଳୀ ପତ୍ରର ବିଶେଷ ମହତ୍ତ୍ବ ରହିଛି। ପୂଜା ସମୟରେ କଦଳୀ ପତ୍ରରେ ମଣ୍ଡପ ପ୍ରସ୍ତୁତ କରାଯାଇଥାଏ।

ଗୁରୁବାର ଦିନ ମନ୍ଦିର ଯାଆନ୍ତୁ। ମନ୍ଦିରର ଯେଉଁଠାରେ କଦଳୀ ବୃକ୍ଷ ଥିବ ସେଠାକୁ ଯାଇ ଜଳ ଅର୍ପଣ କରନ୍ତୁ। ତାପରେ ହାତ ଯୋଡି ବୃହସ୍ପତିଙ୍କୁ ଧ୍ୟାନ କରନ୍ତୁ।
ବୃକ୍ଷ ତଳେ ହଳଦୀ, ଚଣା ଡାଲି ଓ ଗୁଡ ଅର୍ପଣ କରନ୍ତୁ।

କୁଙ୍କୁମ, ଚାଉଳ, ଫୁଲ ଆଦି ବୃକ୍ଷରେ ଅର୍ପଣ କରନ୍ତୁ।

ତା ପରେ ହାତ ଯୋଡି କଦଳୀ ବୃକ୍ଷ ଚାରିପଟେ ପରିକ୍ରମା କରନ୍ତୁ।

 

Spread the love