NEET UG ଲାଗି ସର୍ବୋଚ୍ଚ ବୟସ ସୀମା ହଟିଲା

ନୂଆଦିଲ୍ଲୀ: ଜାତୀୟ ମେଡିକାଲ କମିଶନ (MNC) NEET-ଅଣ୍ଡରଗ୍ରାଜୁଏଟ୍‌ ୨୦୨୨ ପରୀକ୍ଷା ଦେବାକୁ ଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମାକୁ ହଟାଇ ଦିଆଯାଇଛି। ୨୦୧୭ରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଅଣସଂରକ୍ଷିତ ପ୍ରାର୍ଥୀଙ୍କ ପାଇଁ ସର୍ବୋଚ୍ଚ ବୟସସୀମା ୨୫ ବର୍ଷ ଓ ସଂରକ୍ଷିତ ପ୍ରାର୍ଥୀଙ୍କ ଲାଗି ୩୦ ବର୍ଷ ଧାର୍ଯ୍ୟ କରିଥିଲେ।NEET  ୟୁଜି ସୂଚନା ବୁଲେଟିନ୍‌ରୁ ସର୍ବୋଚ୍ଚ ବୟସସୀମା ମାନଦଣ୍ଡ ହଟାଇଦେବାକୁ କମିଶନ ସଚିବ ଡ. ପୁଲକେଶ କୁମାର ଜାତୀୟ ପରୀକ୍ଷା ସଂସ୍ଥା ( NTA)  କୁ ଚିଠି ଲେଖିଛନ୍ତି। ବୟସସୀମା ହଟାଇ ଦିଆଯାଇଥିବାରୁ ଡାକ୍ତରୀ ପଢ଼ିବାକୁ ଚାହୁଁଥିବା ଛାତ୍ରୀଛାତ୍ର ଏକାଧିକ ଥର ମେଡିକାଲ ପ୍ରବେଶିକା ପରୀକ୍ଷା ଦେଇପାରିବେ।

Spread the love