ଉତ୍ତରାଖଣ୍ଡରେ ଇତିହାସ ରଚିବ ବିଜେପି

ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନର ଭୋଟ ଗଣନା ଜାରି ରହିଛି। ସରକରାରରେ ଥିବା ବିଜେପି ବର୍ତ୍ତମାନର ଗଣନା ଅନୁସାରେ ଯଥେଷ୍ଟ ଆଗରେ ରହିଛି । ୨୦୦୦ ମସିହାରେ ଉତ୍ତରାଖଣ୍ଡ ଗଠନ ପରେ ଏହା ପ୍ରଥମ ଯେ ରାଜ୍ୟରେ କୌଣସି ଦଳ ଦ୍ୱିତୀୟ ଥର ପାଇଁ ସରକାର ଗଢ଼ିବ । ବର୍ତ୍ତମାନର ଗଣତି ଅନୁସାରେ ୭୦ ବିଶିଷ୍ଟ ବିଧାନସଭା ଆସନରୁ ବିଜେପି ୪୮ ସିଟ୍‌ରେ ଆଗୁଆ ରହିଥିବା ବେଳେ ଦ୍ୱିତୀୟରେ କଂଗ୍ରେସ ୧୭ ଟି ସିଟ୍‌ରେ ଆଗୁଆ ରହିଛି । ଅନ୍ୟପଟେ ଅନ୍ୟାନ୍ୟ ୫ଟି ସିଟ୍‌ରେ ଆଗୁଆ ରହିଛି ।ଉତ୍ତରାଖଣ୍ଡରେ ୨୦୧୭ରେ ବିଜୟ ହାସଲ କରିବା ପରେ ବିଜେପି ଆର୍‌ଏସ୍‌ଏସ୍‌ର ପ୍ରଚାରକ ତ୍ରିବେନ୍ଦ୍ର ସିଂହ ରାୱତଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା । ତ୍ରିବେନ୍ଦ୍ର ସିଂ ରାୱତ ୩ ବର୍ଷ ୩୫୭ ଦିନ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ବେଳେ ତାଙ୍କୁ ହଟାଇ ତିରଥ ସିଂହ ରାୱାତଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ସେ ଏହି ପଦରେ ୧୧୬ ଦିନ କାର୍ଯ୍ୟ କରିଥିଲେ । ପରେ ପୁଷ୍କର ସିଂହ ଧାମିଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା ।

Spread the love