ସାମ୍ବାଦିକଙ୍କୁ ଆକ୍ରମଣ ମାମଲାରେ ଧାରଣ

ମୟୁରଭଞ୍ଜ: ସାମ୍ବାଦିକଙ୍କୁ ଆକ୍ରମଣ ମାମଲାରେ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଥାନା ସମ୍ମୁଖରେ ଧାରଣାରେ ବସିଲେ ମୟୁରଭଞ୍ଜ ସାମ୍ବାଦିକ ସଂଘର କାର୍ଯ୍ୟକର୍ତ୍ତା। ସୂଚନା ଅନୁସାରେ, ଗତ ୧୧ ତାରିଖରେ ବାଙ୍ଗିରିପୋଷି ପଂଚାୟତରେ ନାଏବ ସରପଞ୍ଚ ନିର୍ବାଚନ ଚାଲିଥିବାବେଳେ ଶାସକଦଳ ଏବଂ ବିରୋଧୀ ଦଳର କାର୍ଯ୍ୟକର୍ତ୍ତାଙ୍କ ଭିତରେ ଉତ୍ତେଜନା ଦେଖା ଯାଇଥିଲା। ଏହି ସମୟରେ ଖବର ସଂଗ୍ରହ କରିବାକୁ ଯାଇଥିବା ଏକ ଦୈନିକ ଖବର କାଗଜର ସାମ୍ବାଦିକଙ୍କୁ ଏହି ଗଣ୍ଡଗୋଳର ଫୋଟୋ ଉତ୍ତୋଳନ ନ କରିବାକୁ ବାରଣ କରିଥିଲେ ଶାସକ ବିଜେଡି ଦଳର କର୍ମୀମାନେ। ଏହାକୁ ନେଇ କର୍ମୀ ଓ ସାମ୍ବାଦିକଙ୍କ ଭିତରେ ଠେଲା ପେଲା ହେବା ସହ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ସାମ୍ବାଦିକ ଜଣକ ଆହତ ହୋଇଥିଲେ। ପରେ ଏନେଇ ମୟୁରଭଞ୍ଜ ସାମ୍ବାଦିକ ସଂଘର କର୍ମକର୍ତ୍ତା ଆକ୍ରମଣକାରୀଙ୍କ ବିରୁଦ୍ଧରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ବାଙ୍ଗିରିପୋଷି ଥାନା ଅଧିକାରୀ ଜଣଙ୍କୁ ଗିରଫ କରିଥିଲେ ମଧ୍ୟ ମୁଖ୍ୟ ଆସାମୀକୁ ଗିରଫ କରିବା ପ୍ରତିବାଦରେ ମୟୁରଭଞ୍ଜ ସାମ୍ବାଦିକ ସଂଘର କାର୍ଯ୍ୟକର୍ତ୍ତା ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି। ମୁଖ୍ୟ ଆସାମୀ ଗିରଫ ନ ହେବା ଯାଏ ଏହି ଆନ୍ଦୋଳନ ଚାଲିବ ବୋଲି ମୟୁରଭଞ୍ଜ ସାମ୍ବାଦିକ ସଂଘର ସଭାପତି ଅରୁଣ କୁମାର ଓତା ସୂଚନା ଦେଇଛନ୍ତି।

Spread the love