4ଟି ରାଜ୍ୟର ନିର୍ବାଚନ ପ୍ରଭାରୀ ଜାରିକଲା ବିଜେପି

ଭାରତୀୟ ଜନତା ପାର୍ଟି ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ପ୍ରଭାରୀ ପାଇଁ ନାମ ଘୋଷଣା କରିଛି । ଆଜି ପାର୍ଟି ଅଧ୍ୟକ୍ଷ ଅମିତ ଶାହା ଏହା  ଘୋଷଣା କରିଛନ୍ତି । ଆଗାମୀ ମହାରାଷ୍ଟ୍ର  ବିଧାନସଭା ନିର୍ବାଚନ ପାଇଁ ରାଷ୍ଟ୍ରୀୟ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ, ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋଇ ଏବଂ କର୍ଣ୍ଣାଟକ ପୂର୍ବ ବିଧାୟକ ଲକ୍ଷ୍ଣଣ ସାଦବୀଙ୍କୁ ପ୍ରବାରୀ ଭାବେ ନିଯୁକ୍ତ କରାଯାଇଛି ।

ପ୍ରଦେଶ ସଂଗଠନ ପ୍ରଭାରୀ ଭାବେ  ରାଷ୍ଟ୍ରୀୟ ମହାମନ୍ତ୍ରୀ ସରୋଜ ପାଣ୍ଡେ କାର୍ଯ୍ୟରତ ରହିବେ । ଝାଡଖଣ୍ଡ ବିଧାନ ସଭା ନିର୍ବାଚନ ପାଇଁ ବିଜେପିର ରାଷ୍ଟ୍ରୀୟ ଉପଧ୍ୟକ୍ଷ ଓମ ପ୍ରକାଶ ମାଥୁରଙ୍କୁ ନିର୍ବାଚନ ପ୍ରଭାରୀ ଏବଂ ବିହାରର ମନ୍ତ୍ରୀ ନନ୍ଦକିଶୋର ଯାଦବଙ୍କୁ ନିର୍ବାଚନ ସହ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ସେହିପରି ହରିୟାଣା ବିଧାନସଭା ନିର୍ବାଚନ ପାଇଁ କେନେତ୍ରୀୟ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ନିର୍ବାଚନ ପ୍ରଭାରୀଭାବେ ନିଯୁକ୍ତ କରାଯାଇଛି । ତାଙ୍କସହ ଉତ୍ତରପ୍ରଦେଶ ମନ୍ତ୍ରୀ ଭୁପେନେଦ୍ର୍ ସିଂହଙ୍କୁ ସହ ନିର୍ବାଚନ ପ୍ରଭାରୀ ଘୋଷଣା କରାଯାଇଛି ।

ସେହିପରି  ପ୍ରଦେଶ ସଂଗଠନ ପ୍ରଭାରୀ ଭାବେ ରାଷ୍ଟ୍ରୀୟ ମହାମନ୍ତ୍ରୀ ଅନୀଲ ଜେନଙ୍କୁ ନିଯୁକ୍ତ କରାଯାଇଛି । ଏହାସହ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଦେକର, ଓ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ  ନର୍ବାଚନ ପ୍ରଚାର ପ୍ରଭାରୀ ଏବଂ କେନ୍ଦ୍ରୀୟ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ସହ ପ୍ରଭାରୀ  କରାଯାଇଛି। ପ୍ରଦେଶ ସଂଗଠନ  ପ୍ରଭାରୀ  ଭାବରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ୟମ ଜାଜୁ ଏବଂ ସହ ପ୍ରଭାରୀଭାବେ ରାଷ୍ଟ୍ରୀୟ ସଚିବ ତରୁଣ ଚୁଧ କାର୍ଯ୍ୟରତ ଅଛନ୍ତି ।

Spread the love