ବିଜେଡିରେ ନାହାନ୍ତି ଚିଲିକା ବିଧାୟକ, ବିଜେପି ରାଜନୀତି ବନ୍ଦ କରୁ
ବିଜୁ ଜନତା ଦଳରେ ନାହାନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଚିଲିକା ହିଂସା ଘଟଣାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦଳରୁ ବହିଷ୍କାର ନେଇ ଉଠୁଥିବା ବିବାଦରେ ସାମ୍ବାଦିକ ସମ୍ମିଳନୀରେ ଉତ୍ତର ରଖିଛନ୍ତି ସାଂସଦ ସସ୍ମିତ ପାତ୍ର । ତାଙ୍କର ଦୁର୍ବ୍ୟବହାର ଏବଂ ଖରାପ ଆଚରଣ ଯୋଗୁଁ ବିଜେଡି ପୂର୍ବରୁ ଦଳରୁ ନିଲମ୍ବିତ କରିସାରିଛି । ତେଣୁ ଏହା ମଧ୍ୟରେ କୌଣସି ସଂକୋଚ ନାହିଁ ବୋଲି କହିଛନ୍ତି ଡା. ସସ୍ମିତ ପାତ୍ର ।
ସେ ଆହୁରି କହିଛନ୍ତି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଯେଉଁ ଅକୃତକାର୍ଯ୍ୟ କରିଛନ୍ତି, ତାଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ। ପୋଲିସ ଆଇନ ଅନୁଯାୟୀ ଦଣ୍ଡବିଧାନ କରୁ । ବିଜୁ ଜନତା ଚାହୁଁଛି ଯିଏ ଅଭିଯୁକ୍ତ ସେ ଆଇନ ଅନୁଯାୟୀ ଦଣ୍ଡିତ ହୁଅନ୍ତୁ। ଏଭଳି ଏକ ସ୍ପର୍ଷକାତର ପ୍ରସଙ୍ଗରେ ରାଜନୀତିକରଣ କରିବା ସଠିକ ନୁହେଁ। ବିଜେପି ଦଳର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଦେଇଥିବା ପ୍ରତିକ୍ରିୟାକୁ ପ୍ରତ୍ୟାକ୍ଷାନ କଲେ ସସ୍ମିତ ।