ସକାଳେ ତମ୍ବା ପାତ୍ରରେ ପାଣି ପିଇବାର ଲାଭ

ଆୟୁର୍ବେଦ ଅନୁସାରେ ତମ୍ବା ପାତ୍ରରେ ପାଣି ପିଇଲେ ପିତ,କଫ ଓ ବାତ ଦୂର ହୋଇଥାଏ । ତେଣୁ ନିୟମିତ ଭାବରେ ଯଦି ଆପଣ  ଏଥିରେ ପାଣି ରଖି ପିଇବେ ତେବେ ଏହା ଶରୀରରେ ପିତ ଓ କଫ ଦୋଷ କୁ ସନ୍ତୁଳିତ ରଖିବ । ତମ୍ବା ପାତ୍ର ରେ ପାଣି ରଖି ପିଇବା ଦ୍ଵାରା ଶରୀର କୁ ଆଇରନ ମିଳିଥାଏ ଓ ଶରୀର ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ।ନିଜ ଶରୀର କୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ରାତିରେ ଗୋଟିଏ ତମ୍ବା ଗଡୁ ରେ ପାଣି ଭରି ରଖନ୍ତୁ ଓ ଏହାକୁ ସକାଳୁ ଖାଲି ପେଟରେ ପିଅନ୍ତୁ ।  ତମ୍ବା ପାତ୍ର ରେ ପାଣି ରଖିବା ଦ୍ଵାରା ପାଣି ସୁଧ ହୋଇଥାଏ । କାରଣ ତମ୍ବା ରେ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଛି । ଯଦି ଆପଣଙ୍କ ର ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଦେଖା ଦେଉଛି ତେବେ ଆପଣ ନିୟମିତ ତମ୍ବା ପାତ୍ର ରେ ପାଣି ରଖି ପିଅନ୍ତୁ ।କାରଣ ତମ୍ବା ଜିନିଷ ରେ ଆଣ୍ଟି ଇମ୍ଫ୍ଲାମେଟରି ଗୁଣ ରହିଥାଏ ଯାହା କି ଶରୀରକୁ ବିଭିନ୍ନ ପ୍ରକାର ଯନ୍ତ୍ରଣା ରୁ ଆରାମ ଦେଇଥାଏ। ଶରୀର ର ମେଟା ବୋଲିଯିମ୍ ପାଇଁ କପର ଖୁବ୍ ଉପୋଯୋଗୀ। ତମ୍ବା ଶରୀର ର ଫ୍ୟାଟ ସେଲକୁୁ ନଷ୍ଟ କରି ଏନର୍ଜି ରେ ପରିଣତ କରିଥାଏ । ତେଣୁ ସକାଳୁ ଖାଲି ପେଟରେ ତମ୍ବା ପାତ୍ର ପାଣି ପିଇବା ଦ୍ଵାରା ଓଜନ ହ୍ରାସ ହୋଇଥାଏ ।

ମସ୍ତିଷ୍କ ପାଇଁ କପର୍ ଖୁବ୍ ହିତକର। କାରଣ ମସ୍ତିଷ୍କ ରେ ଥିବା ନ୍ୟୁରୋ ଟ୍ରାନସମିଟର କୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ କପର । ଏହାଦ୍ବାରା ମସ୍ତିଷ୍କ ଜନିତ ବିଭିନ୍ନ ସମସ୍ୟା ଦୂର ହେବା ସହିତ ମସ୍ତିସ୍କ ସୁସ୍ଥ ରହିଥାଏ।

Spread the love