“ମୋଦି ସେ ତୁ ଡରତା ହୈ, ମାରିୟମ ସେ କ୍ୟିୟୁଁ ଲଢତା ହୈ”

ଜମ୍ମୁ-କାଶ୍ମୀରରେ 370 ଧାରା ଉଠିବା ପରେ ପାକିସ୍ତାନ ସରକାର ଏକ ପ୍ରକାର ପାଗଳ ହୋଇଯାଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ପାଗଳ ଭଳି କାମ କରୁଛନ୍ତି ବୋଲି ପାକିସ୍ତାନ ଲୋକେ ନାରା ଦେଉଛନ୍ତି । ଭିକ ମାଗିବା ଛଡା ତା ପାଖରେ ଆଉ କିଛି ରାସ୍ତା ନାହିଁ ବୋଲି ସେଠାକାର ବାସୀନ୍ଦା କହୁଛନ୍ତି । ଅନ୍ୟପକ୍ଷରେ ମୋଦିଙ୍କୁ ନେଇ ପାକିସ୍ତାନରେ ମଧ୍ୟ ଜୋରଦାର ଚର୍ଚ୍ଚା ହେଉଛି । ଇମ୍ରାନଙ୍କୁ କଟାକ୍ଷ କରି “ମୋଦି ସେ ତୁ ଡରତା ହୈ, ମାରିୟମସେ କ୍ୟିୟୁଁ ଲଢତା ହୈ” ନାରା ଦିଆଯାଉଛି ।

ପ୍ରକାଶ ଥାଉକି, 370 ଧରା ଉଠିବା ପରେ ନଓ୍ବାଜ ସରିଫଙ୍କ ଠିଅ ତଥା ମୁସଲିମ ଲିଗର୍ ନେତ୍ରୀ ମାରିୟମ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନକୁ ସମାଲୋଚନା କରିଥିଲେ । ଏହାର ଦୁଇଦିନ ପରେ ସେ ତାଙ୍କ ପିତାଙ୍କୁ ଜେଲରେ ଭେଟିବାକୁ ଯାଇଥିବା ବେଳେ ସେଠାରେ ତାଙ୍କୁ କୋର୍ଟଙ୍କ ଆଦେଶକୁ ଅବମାନନା କରିଥିବା ଅଭିଯୋଗରେ ଗିରଫ କରାଯାଇଥିଲା । ଏହାପରେ ପାକିସ୍ତାନରେ ମାହୋଲ ଖରାପ ଚାଲିଛି । ବିରୋଧୀମାନେ ସରକାରଙ୍କୁ ଘେରିବାରେ ଲାଗିଛନ୍ତି । ଇମ୍ରାନ ବିରୋଧରେ ବିଭିନ୍ନ ନାରା ଦିଆଯାଉଛି ।

Spread the love