370 ହଟିବା ପରେ ପ୍ରତିକ୍ରିୟା ଦେଲା ଚୀନ୍

ଜମ୍ମୁ-କାଶ୍ମୀରରୁ ଧାରା 370 ଓ 35 A ହଟିବା ପରେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛି । ବଡବଡ ଦେଶ ଏନେଇ ନିଜର ମତ ଦେଇଥିବା ବେଳେ ପାକିସ୍ତାନ ଅତିପ୍ରିୟ ଦେଶ ଚୀନ ଏବେ ମୁହଁ ଖୋଲିଛି । ଚିରାଚରିତ ଡଙ୍ଗରେ ସେ ପାକିସ୍ତାନକୁ ସପୋର୍ଟ କରିଛି ଚୀନ । ଚୀନ ଏହି ପ୍ରସଙ୍ଗ ଉପରେ ନିଜର ପ୍ରତିକ୍ରିୟା ବୈଦେଶିକ ମନ୍ତ୍ରାଳୟ ଓ୍ବେବସାଇଟ୍ ମାଧ୍ୟମରେ ଦେଇଛି, ଜମ୍ମୁ-କାଶ୍ମୀର ପ୍ରତି ଭାରତ ଏକତରଫା ନିଷ୍ପତ୍ତି ନେବା ଉଚିତ୍ ନୁହେଁ ,ଏହା ଆଗକୁ ଉତ୍ତେଜନା ସୃଷ୍ଟି କରିପାରେ ବୋଲି ଚୀନ ଆଶଙ୍କା ପ୍ରକାଶ କରିଛି।

ସୂଚନାଯୋଗ୍ୟ ଯେ, ଚୀନ ଓ ପାକିସ୍ତାନ ମଧ୍ୟରେ ଦୀର୍ଘବର୍ଷ ହେଲା ମଧୁଚନ୍ଦ୍ରିକା ରହିଛି । ପାକିସ୍ତାନର ସମସ୍ତ ଘଟଣାକୁ ଚୀନ ସମର୍ଥନ ଜଣାଇବା ସହ ସହଯୋଗ କରିଆସୁଛି । ଏପରିକି ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନର କାର୍ଯ୍ୟକଳାପକୁ ଚୀନ ଜାତୀସଂଘରେ ମଧ୍ୟ ସୁରକ୍ଷା ଦେଇଆସିଛି । ପାକିସ୍ତାନରେ ନିଜ ବ୍ୟବସାୟର ପ୍ରସାର ପାଇଁ ଚୀନ ପାକିସ୍ତାନ ସହ ରହିଥିବା ଆଲୋଚନା ହେଉଛି । ଅପରପକ୍ଷରେ ଭାରତ ଓ ଚୀନ ସୀମା ବିବାଦ କ୍ଷେତ୍ରରେ ମଧ୍ୟ ଭାରତ ଉପରେ ଚାପ ସୃଷ୍ଟିକରିବା ଲାଗି ଚୀନ ପାକିସ୍ତାନକୁ ହାତରେ ରଖିଛି । ନିକଟରେ ଡୋକ୍ଲାମଠାରେ ରାସ୍ତା ନିର୍ମାଣ ପାଇଁ ଚୀନ ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ କରିଥିଲା।

ଜମ୍ମ-କାଶ୍ମୀରରୁ 370 ଧାରା ଉଚ୍ଛେଦ ପରେ ପାକିସ୍ତାନ ପ୍ରତିକ୍ରିୟାଶୀଳ ହୋଇଉଠିଛି । ପାକିସ୍ତାନର ପ୍ରତିକ୍ରିୟା ସହ ତାଳଦେଇ ଚୀନ ମଧ୍ୟ ଅନୁରୂପ ଆଭିମୁଖ୍ୟ ପୋଷଣ କରିଛି । ଆତଙ୍କବାଦ ପାଇଁ ସମଗ୍ର ବିଶ୍ବରେ ବଦନାମ ହୋଇସାରିଥିବା ପାକିସ୍ତାନ ଏହି ପ୍ରସଙ୍ଗକୁ ମୌକା ବୋଲି ମଧ୍ୟ ଧରିନେଇ ବିଶ୍ବସମୁଦାୟର ସମବେଦନା ସାଉଁଟିବାକୁ ଉଦ୍ୟମ ଜାରି ରଖିଛି । ଏହି ଘଟଣା ପରେ ଭାରତ ସହିତ ପାକିସ୍ତାନ ସମସ୍ତ ଦ୍ବିପାକ୍ଷିକ ସଂପର୍କ ସମାପ୍ତ କରିବା ଲାଗି ପଦକ୍ଷେପ ନେଉଛି । ପ୍ରଥମେ ବାଣିଜ୍ୟ ଓ କୁଟନୈତିକ ସଂପର୍କ ଛିନ୍ନ କରିଥିଲା ପାକିସ୍ତାନ । ଏଥିସହ ଆକାଶ ମାର୍ଗରେ ମଧ୍ୟ ଭାରତୀୟ ବିମାନ ଉପରେ କଟକଣା ଜାରି କରିଥିବା ପାକିସ୍ତାନ ଗତକାଲି ସମଝୌତା ଏକ୍ସପ୍ରେସ କରିଛି ।

Spread the love