ହିଜାବ ମାମଲାର ରାୟ ଶୁଣାଣି; ହିଜାବ ଧର୍ମର ପ୍ରମୁଖ ଅଂଶ ନୁହେଁ

କର୍ଣ୍ଣାଟକ: ହିଜାବ ବିବାଦ ମାମଲାରେ ସମସ୍ତ ଆବେଦନକୁ  ଖାରଜ କରି  ଶୁଣାଣି କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ  ।  ହିଜାବ ଧର୍ମର ପ୍ରମୁଖ ଅଂଶ ନୁହେଁ ବୋଲି କର୍ଣ୍ଣାଟକ ହାଇକୋର୍ଟ  ତାଙ୍କ ରାୟରେ କହିଛନ୍ତି । ତାହା ସହ ସେ କହିଛନ୍ତି ସ୍କୁଲ ୟୁନିଫର୍ମ ପିନ୍ଧିବାକୁ ମନା କରିପାରିବେନି ଛାତ୍ରଛାତ୍ରୀ । ଛାତ୍ରୀଙ୍କ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରି କହିଛନ୍ତି ଯେ ହିଜାବ ଧର୍ମର ଏକ ବାଧ୍ୟତାମୂଳକ ଅଂଶ ନୁହେଁ ।  ଫେବୃଆରୀ ୨୫ରେ କର୍ଣ୍ଣାଟକ ହାଇକୋର୍ଟ ଏହି ମାମଲାର ଶୁଣାଣି କରିଥିଲେ । କୋର୍ଟ ମଧ୍ୟ ଏହାର ନିଷ୍ପତ୍ତିକୁ ସଂରକ୍ଷିତ ରଖିଥିଲେ । ଏହି ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ  ନିଆଯିବାକୁ କୁହାଯାଇଛି । ଦକ୍ଷିଣ କନଡ଼ର ଜିଲ୍ଲାପାଳ ଏନେଇ ବ୍ୟାପକ ପଦକ୍ଷେପ ମଧ୍ୟ ନେଇଛନ୍ତି । ଆଜି ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସ୍କୁଲ ଏବଂ କଲେଜକୁ ଛୁଟି ଘୋଷଣା କରିଛନ୍ତି । ତାହା ସହ ଜିଲ୍ଲାରେ ୧୪୪ ଧାରା ଲଗାଯାଇଛି ।ପୂର୍ବର ସୂଚନା ମୁତାବକ କର୍ଣ୍ଣାଟକ ସରକାର ରାଜ୍ୟରେ କର୍ଣ୍ଣାଟକ ଶିକ୍ଷା ଅଧିନିୟମ, ୧୯୮୩ର ଧାରା ୧୩୩ ​​କାର୍ଯ୍ୟକାରୀ କରିଥିଲେ । ଚଳିତ ବର୍ଷ ଜାନୁୟାରୀ କର୍ଣ୍ଣାଟକରେ ହିଜାବକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଏକ ସରକାରୀ କଲେଜରେ ୬ ଜଣ ଛାତ୍ରୀ ହିଜାବ ପିନ୍ଧି କଲେଜରେ ପହଞ୍ଚିଥିଲେ । ହେଲେ କଲେଜରେ ଏହାକୁ ବାରଣ କରାଯାଉଥିବା କୁହାଯାଉଥିଲା ।

Spread the love