ଭୁଲବଶତଃ ପଡ଼ିଥିଲା ମିଜାଇଲ ରାଜନାଥ ସିଂ

ନୂଆଦିଲ୍ଲୀ: ପାକିସ୍ତାନରେ ଭାରତର ମିଜାଇଲା ପଡ଼ିବା ଘଟଣାରେ ରାଜ୍ୟସଭାରେ ମନ୍ତବ୍ୟ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସୂଚନା ଅନୁସାରେ, ମାର୍ଚ୍ଚ ୯ ତାରିଖରେ ଏକ ବ୍ରହ୍ମୋସ ଭୁଲରେ ଫାୟାର ହୋଇଯାଇଥିଲା । ଯାହାଫଳରେ ଏହି ମିଜାଇଲଟି ନିୟନ୍ତ୍ରଣ ହରାଇ ପାକିସ୍ତାନର ୧୨୪ କିଲୋମିଟର ଭିତରେ ଯାଇ ପଡ଼ିଥିଲା । ତେବେ ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନଥିଲା। ତେବେ ପାକିସ୍ତାନ ଭୟଭୀତ ହେବା ସହ ପ୍ରତିକ୍ରିୟା ରଖିଥିଲା। ଭାରତ ଜାଣିଶୁଣି ଏପରି କରିଥିବା ଅଭିଯୋଗ କରିଥିଲା ପାକିସ୍ତାନ । ତେବେ ଏହି ଘଟଣା ଅତ୍ୟନ୍ତ ଦୁଃଖଦ ବୋଲି ରାଜ୍ୟସଭାରେ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।ତେବେ ଭାରତର ମିଜାଇଲ ପାକିସ୍ତାନରେ ପଡ଼ିବା ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଏହି ଘଟଣାକୁ ଭାରତ ସରକାର ଗମ୍ଭୀରତାର ସହ ନେଇଛନ୍ତି । ଏଥି ସହ ଏହି ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ତେବେ ଏହି ଘଟଣାରେ ଯାଞ୍ଚ ପରେ କାହିଁକି ଏଭଳି ଏକ ଘଟଣା ଘଟିଲା ତା’ର ସଠିକ୍ କାରଣ ଜଣାପଡ଼ିବ । ତଦନ୍ତ ସମୟରେ ଯଦି କିଛି ଭୁଲ ଥିବା ଜଣାପଡ଼େ ତେବେ ତୁରନ୍ତ ଏହାର ସମାଧାନ କରାଯିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

Spread the love