କାମ ସମୟରେ ଫୋନରେ କଥା ହୋଇପାରିବେନି ସରକାରୀ କର୍ମଚାରୀ

ନୂଆଦିଲ୍ଲୀ: କାମ ସମୟରେ ସରକାରୀ କର୍ମଚାରୀ ଫୋନରେ ବ୍ୟକ୍ତିଗତ କଥା ହେବା ଅନୁଚିତ। ଏହା ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ। କାରଣ ସରକାରୀ କର୍ମଚାରୀ ଖାମଖିଆଲି କଥାବାର୍ତ୍ତା, ଫୋନରେ ବ୍ୟକ୍ତିଗତ କଥା ହେବା ଦ୍ୱାରା ଲୋକମାନେ ହଇରାଣ ହୁଅନ୍ତି।ଯେଉଁ ସରକାରୀ କାମ ଗୋଟିଏ ଥରରେ ହେବା କଥା ସେ କାମ ପାଇଁ  ବାରମ୍ବାର ଆସନ୍ତିି ସରକାରୀ କାଯ୍ୟାଳୟକୁ।ଏନଇ ମଙ୍ଗଳବାର କିଛି ଏମିତି ରାୟ ରଖିଛନ୍ତି ମାଦ୍ରାସ ହାଇକୋର୍ଟ। ମାଦ୍ରାସ ହାଇକୋର୍ଟଙ୍କ ମଦୁରାଇ ବେଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ଯେ, ସରକାରୀ କର୍ମଚାରୀଙ୍କୁ ଅଫିସ୍ ସମୟରେ ବ୍ୟକ୍ତିଗତ କାରଣ ପାଇଁ ମୋବାଇଲ୍ ଫୋନ୍ ବ୍ୟବହାର କରିବାକୁ ନ ଦିଆଯାଉ। ଏ ବାବଦରେ ନିୟମ ପ୍ରସ୍ତୁତ କରିବାକୁ ତାମିଲନାଡୁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ମାଦ୍ରାସ ହାଇକୋର୍ଟ।

Spread the love