୬ ମାସ ପରେ ଖୋଲିଲା ମା ମଝିଘରିଆଣୀଙ୍କ ହୁଣ୍ଡି, ବାହାରିଲା ୬୦ ଲକ୍ଷ ଟଙ୍କା

ରାୟଗଡ଼ା ୧୭।୦୩ : ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ହୁଣ୍ଡି ଖୋଲାଯାଇଥିଲା । ଦୀର୍ଘ ୬ ମାସରୁ ଅଧିକ ସମୟ ପରେ ଗତକାଲି ହୁଣ୍ଡି ଖୋଲାଯାଇଥିଲା । ମନ୍ଦିର ହୁଣ୍ଡିରୁ ୬୦ ଲକ୍ଷ ଟଙ୍କା ନଗଦ ଆଦାୟ ହୋଇଛି । ହୁଣ୍ଡିରୁ ୫୪.୩ ଗ୍ରାମ ସୂନା ଓ ୨୬୦୬ ଗ୍ରାମ ରୂପା ବାହାରିଛି।

ସେହିଭଳି ଦୁଇଟି ଆମେରିକା ଡଲାର ଓ ତିନୋଟି ୟୁଏଇ ଦେଶର ନୋଟ ମଧ୍ୟ ବାହରିଥିଲା। ଉପରୋକ୍ତ ଦେଶରେ ରହୁଥିବା କୌଣସି ଭକ୍ତ ଦର୍ଶନ ପାଇଁ ଆସିବା ସମୟରେ ଏହି ଦାନ ଦେଇଥିବା ଅନୁମାନ କରାଯାଉଛି।

ସକାଳ ୧୧ ଟାରୁ ମାଜିଷ୍ଟ୍ରେଟ ଓ ମନ୍ଦିର ପରିଚାଳନା କମିଟି ଉପସ୍ଥିତିରେ ହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ ହୋଇ ରାତି ୯ ଟା ବେଳେ ଶେଷ ହୋଇଥିଲା । ହୁଣ୍ଡିରୁ ମିଳିଥିବା ଅର୍ଥ ବ୍ୟାଙ୍କରେ ରଖାଯାଇଛି । ହୁଣ୍ଡିରୁ ମିଳିଥିବା ସୁନା ଓ ରୂପାକୁ ଜିଲ୍ଲା କୋଷାଗାରରରେ ରଖାଯାଇଛି।

Spread the love