ଦେଶବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୧୮/୦୩:  ଶୁକ୍ରବାର ଭାରତର ଅନେକ ରାଜ୍ୟରେ ହୋଲି ପାଳନ କରାଯାଉଛି । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ।

ରାଷ୍ଟ୍ରପତି ଟ୍ୱିଟ୍ କରି କହିଛନ୍ତି ଯେ,  ହୋଲି ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ରଙ୍ଗର ପର୍ବ ହୋଲି ସଦଭାବନା ଓ ବନ୍ଧୁତ୍ୱର ଜୀବନ୍ତ ଉଦାହରଣ ଅଟେ । ଏହା ବସନ୍ତ ଋତୁ ଆଗମନର ଶୁଭ ସମାଚାର ନେଇ ଆସିଥାଏ । ଏହି ପର୍ବ ସମସ୍ତଙ୍କ ଜୀବନରେ ଆନନ୍ଦ ଉଲ୍ଲାସ ଓ ଶକ୍ତି ଆଣିଦେଉ ।

Spread the love