ସରପଞ୍ଚଙ୍କ ଘରେ ବୋମାମାଡ
ନିଆଳି, ୨୦/୦୩: କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅଧିନ ବ୍ରାହ୍ମଣବାଟି ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ଘର ଉପରକୁ ବୋମାମାଡ । ବୋମାମାଡ କରି ଫେରାର ହୋଇଗଲେ ଦୁର୍ବୃତ୍ତ।
ସୂଚନାନୁସାରେ, ବ୍ରାହ୍ମଣବାଟି ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ସଞ୍ଜୟ କୁମାର ରାଉତରାୟଙ୍କ ଘର ସାମ୍ନାରେ ବୋମାମାଡ ହୋଇଛି । ନିର୍ବାଚନକୁ ନେଇ ଏପରି ଘଟିଥିବା ସନ୍ଦେହ କରାଯାଉଛି । କାରଣ ଫଳାଫଳ ପରେ ଉଭୟ ପକ୍ଷ ମଧ୍ୟରେ ହାର ଜିତକୁ ଛକା ପଞ୍ଚା ଲାଗି ରହିଥିଲା। ଯେଉଁଥିପାଇଁ ବୋମାମଡ ହୋଇଥିବା ସନ୍ଦେହ କରାଯାଉଛି ।
ପୂର୍ବରୁ ମଧ୍ୟ କିଛି ଦୁର୍ବୃତ୍ତ ପଞ୍ଚାୟତ ଅଫିସରେ ଭଙ୍ଗାରୁଜା କରିଥିଲେ । ଏ ନେଇ ସରପଞ୍ଚଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇ ମାମଲା ରୁଜୁ ହୋଇଥିଲା। ମାତ୍ର ପୋଲିସର ନିସ୍କ୍ରିୟତା ପାଇଁ ପୁଣି ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।
ବୋମାମାଡ଼ କାରଣ ପଛର ରହସ୍ୟ କ’ଣ ରହିବ ପୋଲିସର ତଦନ୍ତ ପରେ ସଷ୍ପ ହେବ। ତେବେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି ।